Explore

Search

February 16, 2026 1:30 pm

୫୫ ବର୍ଷ ପରେ ହ୍ବାଇଟ ହାଉସକୁ ମିଳିଲା ସର୍ବକନିଷ୍ଠ ପ୍ରେସ ସଚିବ

Karoline Leavitt

ୱାଶିଂଟନ: କିଛି ଦିନ ତଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥ‌ିବା ବେଳେ କ୍ୟାରୋଲିନ ଲିଭିଟ୍‌ଙ୍କୁ କ୍ୟାରୋଲି ହ୍ବାଇଟ ହାଉସ ମୁଖପାତ୍ର ତଥା ତାଙ୍କର ପ୍ରେସ ସଚିବ ରୂପେ ନିଯୁକ୍ତି ମିଳିଛି l ଏହି ପଦରେ ନିଯୁକ୍ତି ପାଇବାରେ ୨୭ ବର୍ଷୀୟା କ୍ୟାରୋଲିନ ସର୍ବକନିଷ୍ଠ ପ୍ରେସ ସଚିବ ବୋଲି ଜଣାପଡିଛି। ପୂର୍ବରୁ ୧୯୬୯ରେ ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଶାସନ କାଳରେ ୨୯ ବର୍ଷୀୟ ରୋନାଲ୍ଡ ଜିଗଲର ସର୍ବକନିଷ୍ଠ ପ୍ରେସ ସଚିବ ହେବାର ମାନ୍ୟତା ଲାଭ କରିଥିଲେ। ସ୍ନାତକ ଡିଗ୍ରୀ ହାସଲ କରିଥିବା ଓ ଆମେରିକାରେ ଜନ୍ମିତ କ୍ୟାରୋଲିନ ଲୋକପ୍ରିୟ ଫକ୍ସ ନ୍ୟୁଜରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ l ସେ ବିବାହିତା ହୋଇଥିବା ବେଳେ ଏକ ପୁତ୍ର ସନ୍ତାନର ମାତା ଅଟନ୍ତି କ୍ୟାରୋଲିନ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score