Explore

Search

March 26, 2026 10:07 pm

୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି : ୪ ଦଫା ଦାବିକୁ ନେଇ ଆଜି ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ହୋଇଛି । ଜିଲ୍ଲା କଂଗ୍ରେସର ଆହ୍ୱାନରେ ଏହି ବନ୍ଦ ଡକରା ଦିଆଯାଇଥିବା ବେଳେ ସମଗ୍ର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦର ପ୍ରଭାବରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ଓ ବଜାର ବନ୍ଦ ରହିଥିଲା । ସେହିପରି ସଡ଼କରେ ଯାନଚଳଚଳ ମଧ୍ୟ ପ୍ରାୟ ଠପ ହୋଇଯାଇଥିଲା, ଯାହାର ପ୍ରଭାବ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

କଂଗ୍ରେସ ପକ୍ଷରୁ ମୁଖ୍ୟତଃ ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ, ଅଦିନିଆ ବର୍ଷା ଯୋଗୁ ଚାଷୀମାନଙ୍କ ହୋଇଥିବା କ୍ଷତିପୂରଣ ଦେବା, ଜିଲ୍ଲାକୁ ପର୍ଯ୍ୟାପ୍ତ ପେଟ୍ରୋଲ ଓ LPG ସିଲିଣ୍ଡର ଯୋଗାଣ ନିଶ୍ଚିତ କରିବା ଓ ଖାଲି ବସ୍ତା ପାଇଁ ଚାଷୀଙ୍କୁ ଗତ ୩ ବର୍ଷର ବକେୟା ଟଙ୍କା ଦେବା ଦାବି ଉଠାଯାଇଛି ।

ଏହି ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସଚେତନ କରାଯାଇଛି ।

ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କଂଗ୍ରେସ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତାରେ ଆନ୍ଦୋଳନ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ଦୁଇ ମାସରୁ ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ଅବିକ୍ରୟ ଅବସ୍ଥାରେ ପଡ଼ି ରହିଛି । ଚାଷୀମାନଙ୍କୁ ଟୋକନ ମିଳିଥିବା ସତ୍ତ୍ୱେ ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇନଥିବା ଅଭିଯୋଗ ଉଠିଛି ।

ଏପରି ସ୍ଥିତିରେ କାଳବୈଶାଖି ବର୍ଷାର ପ୍ରଭାବରେ ମଣ୍ଡିଗୁଡ଼ିକରେ ପାଣି ଜମିବା ସହ ଧାନ ନଷ୍ଟ ହେବାକୁ ଲାଗିଛି, କିଛି ସ୍ଥାନରେ ଧାନ ଗଜା ହେବାର ଖବର ମଧ୍ୟ ମିଳିଛି । ଏନେଇ ଚାଷୀମାନେ ବହୁବାର ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ଯଥୋଚିତ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ବଢ଼ିଛି ।

ଏହି ପରିସ୍ଥିତିରେ ଚାଷୀମାନଙ୍କ ଅସୁବିଧା ଓ ଦୀର୍ଘଦିନର ଅବହେଳାକୁ ନେଇ ଶେଷରେ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ, ଆଗକୁ ଏହା ଆହୁରି ତୀବ୍ରତର ହୋଇପାରେ ବୋଲି ସୂଚନା ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score