Explore

Search

January 28, 2026 7:22 am

୧୦ କି.ମି ମାରାଥନ ପ୍ରତିଯୋଗିତାରେ ଯୋଗ ଦେଲେ ଜନତା ଓ ଯୁବବର୍ଗ

ବ୍ରହ୍ମପୁର : ଶେଷ ପର୍ଯ୍ୟାୟରେ ଗୋପାଳପୁର ବେଳାଭୂମି ମହୋତ୍ସବ । ଆସନ୍ତାକାଲି ଠୁ ଦୁଲକିବ ଗୋପାଳପୁର। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ କିମି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡୁରା ଛକ ନିକଟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସପି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଏସପି ଡା. ଶରବଣା ବିବେକ ଏମ୍, ବିଏମସି କମିଶନର ଶ୍ରୀଯୁକ୍ତ ଅରବିନ୍ଦ ରାଜସିର୍କେ ପ୍ରମୁଖ ପତାକା ଦେଖାଇ ମାରାଥନ ଦୌଡ଼ର ଶୁଭାରମ୍ଭ କରିଥିଲେ।

ଆୟୋଜିତ ମାରାଥନ ସମାରୋହରେ କୃତୀ ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ଭାବେ ୧୨ ହଜାର, ଦ୍ଵିତୀୟ ୮ ହଜାର ଏବଂ ତୃତୀୟ ପୁରସ୍କାର ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗୋପାଳପୁର ଆର୍ମି ଏଡି କଲେଜ ପକ୍ଷରୁ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ମାରାଥନରେ ୬୭୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ଗୋପାଳପୁର ବେଳାଭୂମି ମହୋତ୍ସବ, ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ । ପର୍ଯ୍ୟଟନକୁ ବୃଦ୍ଧି କରିବା ଏବଂ ଅଞ୍ଚଳର ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ୧୯୯୬ ମସିହାରେ ଆରମ୍ଭ ହୋଇଥିଲା ଗୋପାଳପୁର ବେଳାଭୂମି ମହୋତ୍ସବ । ସଙ୍ଗୀତ, ନୃତ୍ୟ, ହସ୍ତଶିଳ୍ପ (ପଲ୍ଲିଶ୍ରୀ ମେଳା), ଖାଦ୍ୟ ଏବଂ ବେଳାଭୂମି କାର୍ଯ୍ୟକଳାପ ସହିତ ଏକ ପ୍ରମୁଖ ବାର୍ଷିକ ଉତ୍ସବରେ ପରିଣତ ହୋଇଥିଲା। ଯାହା ଐତିହାସିକ ବନ୍ଦର ସହରକୁ ସଂସ୍କୃତି ଏବଂ ସାମ୍ପ୍ରଦାୟିକ ବନ୍ଧନର ଏକ ସ୍ପନ୍ଦନଶୀଳ କେନ୍ଦ୍ରରେ ପରିଣତ କରିଥିଲା । ଯାହା ଆଜି ବି ରାଜ୍ୟ ଠୁ ନେଇ ଦେଶ ଯାଏଁ ସବୁଠି ଚହଳ ପଡିଥାଏ ଗୋପାଳପୁର ବେଳାଭୂମି ମହୋତ୍ସବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score