ଭୁବନେଶ୍ୱର : ହୋଲି ପାଇଁ ଚାଲିବ ଅଧିକ ଟ୍ରେନ । ହୋଲି ପାଇଁ ରେଳ ବିଭାଗ ଚଲାଇବ ୧୪୧୦ଟି ନୂଆ ସ୍ପେଶାଲ ଟ୍ରେନ । ଆସନ୍ତା ମାର୍ଚ୍ଚ ୪ ତାରିଖରେ ପାଳିତ ହେବାକୁ ଯାଉଥିବା ହୋଲି ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ପାଇଁ ଆରାମଦାୟକ, ସୁରକ୍ଷିତ ଓ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ପର୍ବ ସମୟରେ ବଢ଼ୁଥିବା ଯାତ୍ରୀ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ରେଳବାଇ ତାହାର ସମଗ୍ର ନେଟୱାର୍କରେ ୧,୪୧୦ ରୁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିବାକୁ ଯୋଜନା କରୁଛି । ଆବଶ୍ୟକତା ଅନୁସାରେ ଏହି ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ୧,୫୦୦ ପର୍ଯ୍ୟନ୍ତ ବଢ଼ାଯାଇପାରେ ବୋଲି ରେଳବାଇ ସୂଚନା ଦେଇଛି।
ହୋଲି ପର୍ବକୁ ନଜରରେ ରଖି ସାରା ଦେଶରେ ଯାତ୍ରୀ ଭିଡ଼ ନିୟନ୍ତ୍ରଣ ଓ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଜୋନ୍ ଭିତ୍ତିକ ଯୋଜନା ପ୍ରସ୍ତୁତ କରିଛି। ଏହାଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ରେଳବାଇ ସର୍ବାଧିକ ସଂଖ୍ୟାରେ ୨୮୫ଟି ହୋଲି ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିବାକୁ ଯାଉଛି।
ପଶ୍ଚିମ ରୁଟରେ ଯାତ୍ରୀ ଚାହିଦା ଅଧିକ ଥିବାରୁ ପଶ୍ଚିମ ରେଳବାଇ ପକ୍ଷରୁ ୨୩୧ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାର ବ୍ୟବସ୍ଥା ହୋଇଛି । ସେହିପରି, କେନ୍ଦ୍ରୀୟ ରେଳବାଇ ମୋଟ ୨୦୯ଟି ହୋଲି ସ୍ପେଶାଲ ଟ୍ରେନ ଚଲାଇବାକୁ ଥିବା ବେଳେ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ୧୬୦ଟି ସେବା ପରିଚାଳିତ ହେବ ।
ଉତ୍ତର ଭାରତରେ ଯାତ୍ରୀ ସୁବିଧାକୁ ଆଖି ଆଗରେ ରଖି ଉତ୍ତର ରେଳବାଇ ୧୦୮ଟି ହୋଲି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି। ଏହାସହ ଉତ୍ତର ପଶ୍ଚିମ ରେଳବାଇ ପକ୍ଷରୁ ୭୧ଟି ଅତିରିକ୍ତ ଟ୍ରେନ ସେବା ଯୋଡ଼ାଯିବ ।
ରେଳବାଇ କହିଛି ଯେ, ଏହି ସମସ୍ତ ବ୍ୟବସ୍ଥା ଦ୍ୱାରା ପର୍ବ ସମୟରେ ଯାତ୍ରୀମାନେ ସୁବିଧାଜନକ, ସୁରକ୍ଷିତ ଓ ନିର୍ବିଘ୍ନ ଯାତ୍ରାର ସୁଯୋଗ ପାଇପାରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
