Explore

Search

February 15, 2026 3:45 pm

ହାଲୁକା ଭୂମିକମ୍ପରେ ଥରିଉଠିଲା ରାଜଧାନୀ, ଭୟରେ ଦୌଡିଲେ ଲୋକେ

ନୂଆଦିଲ୍ଲୀ : ଆଜି ସକାଳେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଥିଲା। ହଠାତ ସକାଳ ୮ଟା ୪୪ ମିନିଟରେ ଘର ଭିତରେ ଥିବା ସାମଗ୍ରୀ ଦୋହଲିଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୮ ରେକର୍ଡ ଥିଲା ବୋଲି ଜଣା ପଡିଛି । ତେବେ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଏକ ଆତଙ୍କ ସୃଷ୍ଟି ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ସୂଚନା ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀ ଅଞ୍ଚଳରେ ଥିଲା । ଏହାର ଗଭୀରତା ପ୍ରାୟ ୫ କିଲୋମିଟର ଯାଏଁ ଥିଲା।

ଭୂମିକମ୍ପର ତୀବ୍ରତା କମ ଥିବାରୁ ଏହି ଭୂମିକମ୍ପରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଆକସ୍ମିକ ଭାବେ ଝଟକା ଲାଗିବାରୁ କେତେକ ସ୍ଥାନରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ଘଟଣାରେ କୌଣସି ମୃତ୍ୟୁ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ ବୋଲି ଜଣା ପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୧୪ ତାରିଖରେ ମଧ୍ୟ ଦିଲ୍ଲୀ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ନେଇ ଅନୁଭୂତ ହୋଇଥିଲା। ସେତେବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ସୋନିପତ ଜିଲ୍ଲାର ଗୋହାନା ଅଞ୍ଚଳରେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରେକର୍ଡ କରାଯାଇଥିଲା। ସେହି ଭୂମିକମ୍ପର ଝଟକା ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score