Explore

Search

March 2, 2026 11:20 pm

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର: ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

subhadra yojana

ସୁଭଦ୍ରା ଯୋଜନା କୁ ନେଇ ଆସିଛି ବଡ ଖବର। ଏହି ଯୋଜନା ଅଧୀନରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇ ଏହାର ଏସଓପି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ସୂଚନା ଥାଉ କି ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ତାରିଖରେ ମହିଳାଙ୍କୁ ଟଙ୍କା ଦିଆଯିବଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତିଥର ସେମାନଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦିଆଯିବ । ତେଣୁ ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାକାରୀ ମୋଟ ୫୦ ହଜାର ଟଙ୍କା ପାଇବେ। ଏଥିପାଇଁ ହିତାକାରୀଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ ପ୍ରଦାନ କରାଯିବ।

ତେବେ ଏହି ଯୋଜନା ପାଇଁ କିପରି କରିବେ ଆବେଦନ। ସରକାର ପ୍ରକାଶ କରିଥିବା ବିସ୍ତୃତ ଏସଓପି ରେ ସୁଭଦ୍ରା ଯୋଜନା ପାଇଁ କିଭଳି ଆବେଦନ କରିବେ ସେନେଇ ସୂଚନା ରହିଛି। ରାଜ୍ୟର ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ। ଏଥିସହିତ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରି ହେବ। ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ, ଯେଉଁଥିରେ ମହିଳାମାନେ ଆବେଦନ କରିପାରିବେ। ସେହିପରି ଯୋଜନା ସମ୍ପର୍କିତ ସୂଚନା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି।

ଅନ୍ୟପକ୍ଷରେ କେଉଁମାନେ ଏହି ଯୋଜନାର ଲାଭ ଉଠାଇପାରିବେ ଏବଂ କେଉଁମାନେ ଏଥିରୁ ବଞ୍ଚିତ ରହିବେ ତାହା ମଧ୍ୟ ଉଲ୍ଲେଖ ରହିଛି। ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା, ସରକାରୀ ତଥା ବେସରକାରୀ କ୍ଷେତ୍ରରେ ଚାକିରି କରୁଥିବା ମହିଳା ମାନେ ଏହି ଯୋଜନାରୁ ବଞ୍ଚିତ ରହିବେ ସେହିପରି ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମଧ୍ୟ ସହାୟତା ମିଳିବନି। ଏବଂ ଏଥିସହ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ସହାୟତା ପାଇବେ ନାହିଁ ବୋଲି ସୂଚନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score