ଗଞ୍ଜାମ : ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ଭବ୍ୟ ଆଡମ୍ବରରେ ପାଳିତ ହୋଇଥିବା ପ୍ରସିଦ୍ଧ ଚୈତ୍ରପର୍ବ ପବିତ୍ର ପୂର୍ଣ୍ଣମୀ ଅବସରରେ ଗୁରୁବାର ଉଦଯାପିତ ହୋଇଛି । ମାସ ସାରା ହଜାର ହଜାର ଭକ୍ତଙ୍କ ଭିଡ଼ରେ ରତ୍ନଗିରି ପାହାଡ ମେଳାମୁଖର ହୋଇଥିବା ବେଳେ, ପର୍ବ ଶେଷ ପରେ ଆଜି ପରିବେଶ ଶାନ୍ତ ଓ ନିରବ ଦେଖାଯାଇଛି ।
ପାରମ୍ପରିକ ଆଚାରାନୁସାରେ ଚୈତ୍ର ମାସର ଶେଷ ଦିନରେ ମା’ଙ୍କ ନିକଟରେ ‘ଅଧରପଣା’ ନିତି ପାଳନ କରାଯାଇଥିଲା। କ୍ଷୀର, ଘିଅ ଓ ନବାତ ଭଳି ପବିତ୍ର ସାମଗ୍ରୀରେ ପ୍ରସ୍ତୁତ ପଣା ମା’ଙ୍କୁ ଅର୍ପଣ କରାଯାଇ ପରେ ପଣା ହାଣ୍ଡିକୁ ବାହାରେ ନେଇ ଭାଙ୍ଗି ଦିଆଯାଇଥିଲା। ଏହି ନିତିର ଏକ ବିଶେଷ ଧାର୍ମିକ ମାନ୍ୟତା ରହିଛି ।
ବିଶ୍ୱାସ ଅନୁଯାୟୀ, ଫାଲଗୁନ ମାସର ଦୋଳ ପୂର୍ଣ୍ଣମୀଠାରୁ ସମସ୍ତ ଦେବାଦେବୀଙ୍କୁ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଥାଏ। ସେମାନେ ଏକମାସ ଧରି ରତ୍ନଗିରି ପାହାଡରେ ବସି ବାସ କରିଥାନ୍ତି ଓ ପୂର୍ଣ୍ଣମୀ ଦିନେ ନିଜ ନିଜ ସ୍ଥାନକୁ ପୁନର୍ବାସ କରନ୍ତି। ଏହି ପ୍ରସ୍ଥାନ ସମୟରେ ଅଧରପଣା ଅର୍ପଣ କରାଯାଇ ସେମାନଙ୍କୁ ସନ୍ତୁଷ୍ଟ କରାଯାଏ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
