Explore

Search

March 3, 2026 2:46 am

ସମ୍ପର୍କ ରେ ନଥାଏ ଜାତି ଧର୍ମର ଭେଦଭାବ :ଜଗନ୍ନାଥ ରାକ୍ଷୀ ତିଆରି କରି ଚର୍ଚ୍ଚାରେ କଟକର ମୁସଲିମ ଯୁବତୀ

Odisha Festival

ସମ୍ପର୍କର ଡୋରିରେ ନଥାଏ ଜାତିଆଜାତିର ଭେଦଭାବ ଭାଇଚାରାର ଏହି ପର୍ବରେ ନଜରକୁ ଆସିଛି ଏମିତି ଏକ ଘଟଣା , ଯେଉଁଥିରେ ପ୍ରମାଣ କରିଦେଇଛନ୍ତି ସମ୍ପର୍କ ତଥା କଥିତ ଜାତି ଅଜାତି, ଧର୍ମ, ବର୍ଣ୍ଣ ସବୁଠୁ ଉପରେ। ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧିଦେବ ସ୍ନେହର ଡୋରୀ ସେଥିପାଇଁ ଏବେଠୁ ଚଳଚଞ୍ଚଳ ହେଲାଣି ଗାଁରୁ ସହର, ରାକ୍ଷୀ ଦୋକାନରେ ଲାଗୁଛି ଭଳିକି ଭଳି ଗ୍ରାହକଙ୍କ ଭିଡ। ତେବେ ଏଥି ମଧ୍ୟରେ ନଜରକୁ ଆସିଛି ଏକ ସୁନ୍ଦର ଦୃଶ୍ୟ ମୁସଲିମ ଯୁବତୀ ଜଣେ ନିଜ ହାତରେ ତିଆରି କରୁଛନ୍ତି ରାକ୍ଷୀ ତାହାପୁଣି ବିଭିର୍ନ ପ୍ରକାରର ଏଥିମଧ୍ୟରୁ ସବୁଠୁ ନିଆରା ଥିଲା ହାତତିଆରି ଜଗନ୍ନାଥ ରାକ୍ଷୀ।

ମୁସଲିମ୍ ସମ୍ପ୍ରଦାୟରେ ରାକ୍ଷୀବନ୍ଧା ପର୍ବ ନଥିଲେ ମଧ୍ୟ ଭାଇଚାରାର ସହର କଟକରେ ଏମିତି ନିଆରା ଘଟଣା ଦେଖିବାକୁ ମିଳିଛି। ସେ ପ୍ରମାଣିତ କରିଦେଇଛନ୍ତି ଧର୍ମ , ଜାତି, ବର୍ଣ୍ଣ ସବୁଠୁ ଉର୍ଦ୍ଧରେ ସ୍ନେହ ,ପ୍ରେମ ଏବଂ ସମ୍ପର୍କ। ଏହି ମୁସଲମାନ ଭଉଣୀଙ୍କ ହାତ ତିଆରି ରାକ୍ଷୀର ଚାହିଦା ଅଧିକ ଥିବାରୁ ସେ ସବୁଦିନ ଭିନ୍ନ ଭିନ୍ନ ପ୍ରକାରର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ତେବେ ସୂଚନା ଥାଉ କି ଏହି ମୁସଲମାନ ଭଉଣୀଜଣଙ୍କ ନାମ ସବିହା ସୁମ୍ବୁଲ ରେଭେନ୍ସାରେ ପାଠପଢା ସାରିବାପରେ ଏବେ ଅଧ୍ୟାପନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏଥିସହ ସେ ଜଣେ ଚିତ୍ରଶିଳ୍ପୀ ହୋଇଥିବାରୁ ୟୁଟ୍ୟୁବରୁ ରାକ୍ଷୀ ତିଆରି କୌଶଳ ଶିଖି ଚମତ୍କାର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ଅନଲାଇନରେ ବିକ୍ରି ମଧ୍ୟ କରୁଛନ୍ତି। ରକ୍ଷୀର ପବିତ୍ର ଅବସରରେ ଭଉଣୀଙ୍କ ଏହି ନିଆରା ଉଦ୍ୟମ ସତରେ ବେଶ ପ୍ରଶଂସନୀୟ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score