Explore

Search

December 29, 2025 11:44 pm

ସପ୍ତମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା : ଯାତ୍ରୀଙ୍କୁ ଫେରାଯାଉଛି ଟଙ୍କା

ଉଡୁନି ଇଣ୍ଡିଗୋ ବିମାନ । ଜାରି ରହିଛି ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା । ଲଗାତାର ସପ୍ତମ ଦିନ ପାଇଁ ଇଣ୍ଡିଗୋ ବିମାନ ସେବା ପ୍ରଭାବିତ ରହିଛି । ଯାହାଫଳରେ ଅନେକ ବିମାନ ଉଡ଼ାଣ ଭରିପାରୁନି । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଯାତ୍ରୀଙ୍କ ଆର୍ଥିକ କ୍ଷତି ଭରଣା କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଣ୍ଡିଗୋ । ଏହା ମଧ୍ୟରେ ଯାତ୍ରୀମାନଙ୍କୁ ୬୧୦ କୋଟିରୁ ଅଧିକ ଟଙ୍କା ଫେରାଯାଇଛି ଏବଂ ଦେଶବ୍ୟାପୀ ୩ ହଜାର ଲଗେଜ୍ ଫେରସ୍ତ କରିଛି ।

ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଗୋରେ ପରିଚାଳନାଗତ ତ୍ରୁଟି ପାଇଁ ହଜାର ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିପାଇଁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ଦେଶର ପର୍ଯ୍ୟଟନ ବ୍ୟବସାୟ ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିଛି । ତେବେ ଡିସେମ୍ବର ୭ ତାରିଖ ସୁଦ୍ଧା ୧ ହଜାର ୬୫୦ଟି ବିମାନ ଚାଲୁ ହୋଇଛି । ଡିସେମ୍ବର ୧୦ ତାରିଖ ଭିତରେ ସମ୍ପୂର୍ଣ୍ଣ ସ୍ଥିରତା ଆସିବା ବୋଲି ଆଶା ରହିଛି । ସେପଟେ ଇଣ୍ଡିଗୋ ସମ୍ପର୍କିତ ମାମଲାର ଏବେ ଶୁଣାଣି ପାଇଁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଶହ ଶହ ଇଣ୍ଡିଗୋ ବିମାନ ବାତିଲ ପରେ ଦେଶସାରା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଆକାଶ ଛୁଆଁ ଏୟାର ଟିକେଟ ହୋଇଯାଇଛି । ଦେଶର ସର୍ବାଧିକ ଘରୋଇ ଉଡ଼ାଣ କରୁଥିବା କମ୍ପାନୀ ଇଣ୍ଡିଗୋ ଯେଉଁଥିରେ ପ୍ରତିଦିନ ଯାତ୍ରା କରନ୍ତି ହଜାର ହଜାର ଯାତ୍ରୀ । କିନ୍ତୁ ଗତ କିଛିଦିନ ହେଲା ହଜାର ହଜାର ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତି । ଫଳରେ ଦେଶ ସାରା ବିମାନ ବନ୍ଦରରେ ଯାତ୍ରୀ ନାହିଁ ନଥିବା ହିନସ୍ତା ହେଉଛନ୍ତି।

ଏହାର ସୁଯୋଗ ନେଇ ଅନ୍ୟ ବିମାନ କମ୍ପାନୀ ମନଇଚ୍ଛା ବଢ଼ାଇ ଦେଇଛନ୍ତି ବିମାନ ଭଡ଼ା । ଯାହା ଉପରେ ରୋକ ଲଗାଇବାକୁ ସର୍ବାଧିକ ଦର ସୀମା ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score