Explore

Search

April 10, 2026 8:13 pm

ସଡ଼କ ଦୁର୍ଘଟଣା ପୀଡିତ ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ୱର : ଏଣିକି ସଡ଼କ ଦୁର୍ଘଟଣା ପୀଡିତ ପାଇବେ ମାଗଣା ଚିକିତ୍ସା । ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ଓ ନିଶୁଳ୍କ ଚିକିତ୍ସା ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ଏନେଇ ‘ପ୍ରଧାନମନ୍ତ୍ରୀ ରାହତ’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ସଫଳ ଭାବେ କାର୍ଯ୍ୟରତ କରିବାକୁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ସମସ୍ତ ଜିଲ୍ଲାର ଏସପି ଓ ଡିସିପି ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ବ୍ୟବସ୍ଥା ଅନୁଯାୟୀ, ଦୁର୍ଘଟଣାରେ ପୀଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସର ଚିକିତ୍ସା ସୁବିଧା ମିଳିବ। ରାଜ୍ୟର ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ, ସାଧାରଣ ଆହତ ମାମଲାରେ ୨୪ ଘଣ୍ଟା ଓ ଗୁରୁତର ଆହତ ମାମଲାରେ ୪୮ ଘଣ୍ଟା ମଧ୍ୟରେ e-DAR ପ୍ଲାଟଫର୍ମରେ ତଥ୍ୟ ସତ୍ୟାପନ ଓ ଅନୁମୋଦନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି ଦୁର୍ଘଟଣା ଅନ୍ୟ ଥାନା ସୀମାରେ ଘଟେ, ତେବେ ମାତ୍ର ୩ ଘଣ୍ଟା ମଧ୍ୟରେ ମାମଲାକୁ ସଠିକ୍ ଅଧିକାର କ୍ଷେତ୍ରକୁ ସ୍ଥାନାନ୍ତର କରିବା ଆବଶ୍ୟକ ହେବ।

ଏହି ଯୋଜନା ଅନୁସାରେ, ଦୁର୍ଘଟଣା ଘଟିବା ଦିନ ଠାରୁ ୭ ଦିନ ପର୍ଯ୍ୟନ୍ତ ପୀଡିତମାନେ କ୍ୟାସଲେସ ଚିକିତ୍ସା ପାଇବେ। ଜୀବନ ସଙ୍କଟ ନଥିବା ମାମଲାରେ ୨୪ ଘଣ୍ଟା ଓ ଗୁରୁତର ଅବସ୍ଥାରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟାବିଲାଇଜେସନ ଟ୍ରିଟମେଣ୍ଟ ଦିଆଯିବ।

ଯୋଜନାର ମୁଖ୍ୟ ବିଶେଷତା:

• ଦୁର୍ଘଟଣା ପରେ ୭ ଦିନ ପର୍ଯ୍ୟନ୍ତ ନିଶୁଳ୍କ ଚିକିତ୍ସା
• ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ଅନିବାର୍ଯ୍ୟ
• ପ୍ରତ୍ୟେକ ଜିଲ୍ଲାରେ ଡିଏସପି ମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି
• ଜାଲିଆତି ରୋକିବା ପାଇଁ CCTV ଓ ଟୋଲ ତଥ୍ୟ ବ୍ୟବହାର
• ସମଗ୍ର ପ୍ରକ୍ରିୟା ଉପରେ CCTNS ଡ୍ୟାସବୋର୍ଡ ମାଧ୍ୟମରେ ନିରୀକ୍ଷଣ

ଦୁର୍ଘଟଣାଗ୍ରସ୍ତଙ୍କୁ ସମୟମତେ ଚିକିତ୍ସା ଦିଆଯିବା ଏହି ଯୋଜନାର ପ୍ରଧାନ ଲକ୍ଷ୍ୟ । ଯଦି କୌଣସିସ୍ତରରେ ଅବହେଳା ଦେଖାଯାଏ, ତେବେ ଦାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ସଚେତନ ଜାରି କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score