Explore

Search

February 15, 2026 10:53 pm

ରେକର୍ଡ କଲେ ଶଟଲର ଲକ୍ଷ୍ୟ ସେନ: ଭାରତ ଖାତାରେ ଯୋଡିହେଲା ଆଉ ଏକ ପଦକ

Olympic Game

ପୁରୁଷ ଏକକ ବ୍ୟାଡମିଣ୍ଟନର ସେମି ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଯୁବ ଶଟଲର ଲକ୍ଷ୍ୟ ସେନ। ତେବେ ସୂଚନା ଥାଉ କି ଭାରତର ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ସେ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଲକ୍ଷ୍ୟ ସେନ କ୍ୱାର୍ଟର ଫାଇନାଲରେ ଚମତ୍କାର ବିଜୟ ହାସଲ କରି ନିଜକୁ ପଦକ ଦୌଡ଼ରେ ସାମିଲ କରିପାରିଛନ୍ତି।

ଫାଇନାଲ ମ୍ୟାଚ ର ଏହି ରେସ ରେ ଲକ୍ଷ୍ୟ ସେନ ଙ୍କ ବିପକ୍ଷରେ ଥିଲେ ଚୋ ତିଏନ ଚେନ, ମ୍ୟାଚ୍‌ ଆରମ୍ଭରୁ ଦ୍ୱାଦଶ ସିଡ୍ ଚେନ୍‌ ଭାରତର ଲକ୍ଷ୍ୟ ସେନକୁ ବ୍ୟାକଫୁଟକୁ ଠେଲିବାକୁ ଚେଷ୍ଟା କରିଥିଲେ ମାତ୍ର ହାର ମାନିବାକୁ ପ୍ରସ୍ତୁତ ନଥିଲେ ଲକ୍ଷ୍ୟ। ଦୁଇ ଦଳ ମଧ୍ୟରେ କଡା ଟକ୍କର ରହିଥିଲା ତଥାପି ଚୋ ତିଏନ ଚେନ ୨୧-୧୯ରେ ପ୍ରଥମ ସେଟ ଜିତି ନେଇଥିଲେ

ଦ୍ୱିତୀୟ ସେଟରେ ମଧ୍ୟ ଲକ୍ଷ୍ୟ ବ୍ୟାକଫୁଟରେ ରହିଥିଲେ। କିନ୍ତୁ ସେ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ ୨୧-୧୫ରେ ସେ ସେଟକୁ ଜିତି ସ୍ଥିତି ୧-୧ କରି ଦେଇଥିଲେ।ତୃତୀୟ ସେଟରେ ଚୋ ତିଏନ ଚେନ ଅପେକ୍ଷା ଲକ୍ଷ୍ୟ ଭଲ ଲୟ ଦେଖାଇଥିଲେ। ଏକାଧିକ ସାମଶ ଓ ନେଟ ପ୍ଲେ ଦ୍ୱାରା ସେ ଚୋ ତିଏନ ଚେନଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।ତିଏନ ଚେନ ମଧ୍ୟ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେହେଲେ ତାଙ୍କ ଚେଷ୍ଟା ସଫଳ ହୋଇନଥିଲା ଫଳରେ ୨୧-୧୨ରେ ତୃତୀୟ ସେଟରେ ବିଜୟ ହାସଲ କରିନେଇଥିଲାଭରତ ଏବଂ ଏଥିସହ ଚଳିତ ପ୍ୟାରିସ ଅଲିମ୍ପିକ୍ସର ଇତିହାସରେ ଯୋଡିହୋଇଯାଇଥିଲା ଆଉ ଏକ ମେଡାଲ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score