Explore

Search

February 28, 2026 11:50 pm

ରାଷ୍ଟ୍ରପତି ନିର୍ବାଚନ ରୁ ଓହରିଲେ ଜୋ ବାଇଡେନ, ବଦଳରେ ଲଢ଼ିବେ ଉପରାଷ୍ଟ୍ରପତି କମଲା ହାରିସ |

Politics

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍ରୁ ବାହାର ହେଲେ ଜୋ ବାଇଡେନ୍ । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ସମର୍ଥନ କରିଛନ୍ତି। ବାଇଡେନ୍ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି ମିନିଟ ପରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ୮୧ ବର୍ଷିୟ ଜୋ ବାଇଡେନଙ୍କ ଅପେକ୍ଷା କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ।

ଏହି ସମ୍ପର୍କରେ ବାଇଡେନ୍ ଏକ ଚିଠି ଲେଖି ନିଜର ମତ ସାବ୍ୟସ୍ତ କରିଛନ୍ତି । ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । କିଛି ଦିନ ପୂର୍ବେ ହୋଇଥିବା ପ୍ରେସିଡେନସିଆଲ୍ ବିତର୍କରେ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନ୍ ଙ୍କ ଉପରେ ହାବି ହେଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ଜୋ ବାଇଡେନଙ୍କ ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନା ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଆଗାମୀ ନଭେମ୍ୱର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score