Explore

Search

January 14, 2026 3:58 am

ରାତି ପାହିଲେ ଦୁଲକିବ କୋରାପୁଟ, ଜମିବ ‘ପରବ’ ମହୋତ୍ସବ

କୋରାପୁଟ : ସଜେଇ ହୋଇଛି କୋରାପୁଟ ଜିଲ୍ଲା । ରାତି ପାହିଲେ ଝୁମିବ ପୁରା କୋରାପୁଟ । ପାରମ୍ପରିକ ଆଦିବାସୀ ନାଚ ଗୀତରେ ଦୁଲକିବ ଉପାନ୍ତ ଅଞ୍ଚଳ । ଏଥିପାଇଁ ରଙ୍ଗବେରଙ୍ଗରେ ସଜେଇ ହୋଇଛି କୋରାପୁଟ ‘ପରବ ପଡ଼ିଆ’ । କୋରାପୁଟର ଜାତୀୟସ୍ତରର ଆଦିବାସୀ ମହୋତ୍ସବ ‘ପରବ-୨୦୨୫’ ଦିନକ ପରେ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସବୁ ପ୍ରସ୍ତୁତି । ତେବେ ପରବ ପାଇଁ ଆଜିଠୁ ବେଶ ଚଳଚଞ୍ଚଳ ହୋଇପଡିଲାଣି କୋରାପୁଟ ଜିଲ୍ଲା । ଘରେ ଘରେ ଜମିଛି କୁଣିଆ ମୈତ୍ର । କାରଣ କାଲିଠୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ପ୍ରସିଦ୍ଧ ଲୋକମହୋତ୍ସବ ‘ପରବ-୨୦୨୫’ । ପରବ ପାଇଁ ଏବେ ଜମିଛି କୋରାପୁଟରେ ଲୋକଙ୍କ ଭିଡ । ଘରେ ଘରେ କୁଣିଆ ଭର୍ତ୍ତି ଥିବା ବେଳେ ବାହାରୁ ଆସିଛନ୍ତି ବହୁ ପର୍ଯ୍ୟଟକ । ଏହି ପରବ ମହୋତ୍ସବକୁ ଦେଖିବା ପାଇଁ କୋରାପୁଟ ରହିଛି ପୁରା ଚଳଚଞ୍ଚଳ । ଆସନ୍ତାକାଲି କୋରାପୁଟର ପ୍ରସିଦ୍ଧ ‘ପରବ ମହୋତ୍ସବ’ ଅନୁଷ୍ଠିତ ହେବ । ଏହି ଅବସରରେ ବିଭିନ୍ନ ରାଜ୍ୟର ଆଦିବାସୀମାନେ ଏକାଠି ହୋଇ ସେମାନଙ୍କର ପାରମ୍ପରିକ ନୃତ୍ୟ, ସଙ୍ଗୀତ ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ଯାହା ଦର୍ଶକ ଆଉ ଦୂରରୁ ଆସିଥିବା ପର୍ଯ୍ୟଟକଙ୍କୁ ବାନ୍ଧି ରଖିବ ।

ସେହିପରି ଦର୍ଶକଙ୍କୁ ଆହୁରି ମନୋରଞ୍ଜନ କରିବା ପାଇଁ ଆଉ ସେମାନଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ଏବେଠୁ ପସରା ମେଲାଇ ବସିଛନ୍ତି ବ୍ୟବସାୟୀମାନେ । ବିଭିନ୍ନ ହାତ ତିଆରି ଘରକରଣା ସାମଗ୍ରୀ, ହାତ ତିଆରି ମସଲା, ହାତବୁଣା ପୋଷାକ ସହ ଅନେକ ଆଖି ଦୃଶିଆ ଭଳିକି ଭଳି ଜିନିଷ ଏଠାରେ ବିକ୍ରି କରିବା ଆରମ୍ଭ କରିଲେଣି । ଯାହାକୁ ଦେଖି ଏଠାକୁ ଆସିଥିବା ପର୍ଯ୍ୟଟକ ଖୁସି ହେବାସହ ଅନେକ ଜିନିଷ କିଣୁଛନ୍ତି । ଯାହାଫଳରେ ସ୍ଥାନୀୟ ବ୍ୟବସାୟୀଙ୍କ ରୋଜଗାର ବେଶ ଭଲ ହେଉଛି ।

ନିକଟରେ ‘ପରବ-୨୦୨୫’ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ନାରାୟଣପାଟଣା ବ୍ଲକ ବିଜାଘାଟି ପଞ୍ଚାୟତ ଝଡିପଦର ନିକଟ କାଲିଆ ମାଳି ପାହାଡରେ ଆୟୋଜିତ ହୋଇଥିଲା । କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ବିଜାଘାଟିରୁ ପତାକା ଦେଖାଇ ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପରବ ଟି-ସାର୍ଟ ପ୍ରଦାନ କରାଯାଇଥିଲା । ପାଖାପାଖି ତିନି କିଲୋମିଟର ପାହାଡିଆ ରାସ୍ତାରେ ଚାଲିଥିଲେ ପ୍ରତିଯୋଗୀମାନେ । ପରେ କୃତି ପ୍ରତିଯୋଗୀଙ୍କୁ ମେଡାଲ ସହ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score