Explore

Search

January 13, 2026 5:35 am

ରାଜ୍ୟରେ ଯାତାୟାତ ବ୍ୟବସ୍ଥାକୁ ମିଳିଲା ନୂଆ ଗତି, ୧୪ଟି ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ସୁବିଧାଜନକ କରିବା ଦିଗରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ଲୋକସେବା ଭବନରେ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୧୪ଟି ଅଟଳ ବସ ଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ।

ଏହି ବସ ଷ୍ଟାଣ୍ଡ ଗୁଡ଼ିକ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରାୟ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଆଧୁନିକ ଆକୃତି, ପରିଷ୍କାର ପରିବେଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଏହି ବସ ଷ୍ଟାଣ୍ଡ ଗୁଡ଼ିକ ତିଆରି କରାଯାଇଥିବା ଜଣାପଡ଼ିଛି । ଏଥିରେ ଯାତ୍ରୀମାନେ ସୁରକ୍ଷିତ ଓ ସୁବିଧାଜନକ ଭାବେ ଯାତ୍ରା କରିପାରିବେ।

ଏହାସହିତ ରାଜ୍ୟ ପରିବହନ ନିଗମ ଓଏସଆରଟିସି ପକ୍ଷରୁ ୧୦୦ଟି ନୂତନ ବସକୁ ସେବାରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ବସ ସେବା ଅଧୀନରେ ଚାଲୁଥିବା ରୁଟ ଗୁଡ଼ିକର ପୁନର୍ବିନ୍ୟାସ କରାଯାଇ ଯାତ୍ରୀ ସେବାକୁ ଆହୁରି ସୁଦୃଢ଼ କରାଯାଇଛି ।

ସେହିପରି ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରରେ CRUT ପରିଚାଳିତ ଇ-ବସ ଡିପୋରେ ୨୫ଟି ବୈଦ୍ୟୁତିକ ‘ଆମ ବସ’ ସେବାର ଶୁଭାରମ୍ଭ ହୋଇଛି । ସ୍ମାର୍ଟ କାର୍ଡ ମାଧ୍ୟମରେ ଟିକେଟ ବ୍ୟବସ୍ଥା, ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ଷ୍ଟେସନ ଉଦଘାଟନ ଓ ଟ୍ରାଫିକ ପରିଚାଳନାକୁ ସୂଚାରୁ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି ।

ଏହାସହ ଗିରିଶୋଳା ଟ୍ରକ ଟର୍ମିନାଲ ପାଇଁ ଜମି ସମ୍ପର୍କିତ ଆବଶ୍ୟକ କାଗଜପତ୍ର HPCLକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ଏହି ସମସ୍ତ ପଦକ୍ଷେପ ରାଜ୍ୟରେ ସୁରକ୍ଷିତ, ସୁସଂଗଠିତ ଓ ପରିବେଶ-ମାନ୍ୟ ପରିବହନ ବ୍ୟବସ୍ଥା ଗଢ଼ି ଉଠିବାରେ ସାହାଯ୍ୟ କରିବ ବୋଲି କୁହାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score