Explore

Search

February 28, 2026 7:16 am

ମୋହନ ସରକାରଙ୍କ ମହାନତା, ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କ ପାଇଁ ନେଲେ ବଡ ପଦକ୍ଷେପ

ଭୁବନେଶ୍ୱର: ପୁଣି ମୋହନ ସରକାର ଦେଖାଇଲେ ମହାନତା । ମୋହନ ସରକାରଙ୍କ ପାଇଁ ଖୁସି ହେଲେ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝୀ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କ ପାଇଁ ନେଲେ ବଡ ପଦକ୍ଷେପ । ଏଣିକି ଆଉ ବଡ଼ଦାଣ୍ଡରେ ରାତି କାଟିବେନି ଭକ୍ତ । ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ରହଣୀ ସୁବିଧା କରିବାକୁ ଯାଉଛନ୍ତି ମୋହନ ସରକାର। ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀ ମନ୍ଦିର ପାଖରେ ବଡ ଧର୍ମଶାଳା । ଅବଢ଼ା ଯୋଜନାରେ ବାସେଳି ସାହି ଥାନା ନିକଟରେ ୫ଟି କୋଠା ନିର୍ମାଣ ଜୋରସୋରରେ ଚାଲିଥିବା ବେଳେ ଦୁଇମାସ ମଧ୍ୟରେ ଏହାର ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର।

ସାରା ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡାରେ ଥରୁଛି ପୁରା ଓଡିଶା । ଆଉ ଏହି ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ଦେଖିବା ପାଇଁ ଜଗା ଦୁଆରେ ଭକ୍ତମାନଙ୍କୁ ଥଣ୍ଡା କାକରରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ । ଆଉ ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଖୁବ ଦୁଃଖ ପ୍ରକାଶ କରିଛନ୍ତି । କାରଣ ପାଖରେ ସେତିକି ଟଙ୍କା ନଥାଏ କି କଉଠି ରହିଯିବେ । ଅର୍ଥ ଅଭାବରୁ ବାଧ୍ୟ ହୋଇ ମହାପ୍ରଭୁଙ୍କ ଦୁଆରରେ ରାତି କାଟନ୍ତି ଗରିବ ଶ୍ରଦ୍ଧାଳୁ । ତେଣୁ ଶୀତ କାକରରେ ସିଂହ ଦୁଆରରେ ପଡ଼ି ରହିଥାନ୍ତି ଶ୍ରଦ୍ଧାଳୁ । ହେଲେ ଏଣିକି ଆଉ ବଡ଼ଦାଣ୍ଡରେ ରାତି କାଟିବେନି ଭକ୍ତ । କାରଣ ପୁରୀରେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ । ଅବଢ଼ା ଯୋଜନାରେ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଧର୍ମଶାଳା ନିର୍ମାଣ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଏଥର ଆଉ ଭକ୍ତ ଓ ତୀର୍ଥଯାତ୍ରୀଙ୍କର ରହିବାରେ ଅସୁବିଧା ହେବନି । ଏବେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଧର୍ମଶାଳା, ହୋଟେଲ, ଲଜିଂ ଉପଲବ୍ଧ ହେବ । ଯେଉଁଠି ଆରାମରେ ରହିପାରିବେ ଭକ୍ତ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏଭଳି ନିଷ୍ପତିକୁ ନେଇ ଖୁସି ହୋଇଛନ୍ତି ପୁରୀକୁ ଆସୁଥିବା ସବୁ ତୀର୍ଥଯାତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score