Explore

Search

February 11, 2026 3:53 am

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ୪୦ ହଜାର ଟଙ୍କା ବଢ଼େଇଲେ ଦରମା

ଭୁବନେଶ୍ୱର : ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ପାଇଁ ଆସିଛି ଏକ ସ୍ୱାଗତଯୋଗ୍ୟ ଘୋଷଣା। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କ ବେତନ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଇଛନ୍ତି ।

ନୂଆ ନିଷ୍ପତ୍ତି ଅନୁଯାୟୀ, ଡାକ୍ତରମାନଙ୍କ ବରିଷ୍ଠତା ଓ ଅନୁଭବକୁ ଆଧାର କରି ମାସିକ ଦରମାରେ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଫଳରେ ଆୟୁଷ ଡାକ୍ତରଙ୍କ ସର୍ବନିମ୍ନ ମାସିକ ଦରମା ୫୬,୯୪୮ ଟଙ୍କା ହୋଇଥିବା ବେଳେ ସର୍ବାଧିକ ବେତନ ୯୧,୪୬୭ ଟଙ୍କାକୁ ବୃଦ୍ଧି ପାଇଛି ।

ଏହି ବେତନ ବୃଦ୍ଧି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ କାର୍ଯ୍ୟରତ ୨,୯୧୨ ଜଣ ଆୟୁଷ ଡାକ୍ତର ସିଧାସଳଖ ଭାବେ ଲାଭାନ୍ବିତ ହେବେ। ଏହା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ପ୍ରାୟ ୧ କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ଯୋଜନା କରିଛନ୍ତି ।

ସରକାରଙ୍କ ଏହି ପଦକ୍ଷେପକୁ ଆୟୁଷ ଡାକ୍ତରମାନେ ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜବୁତ କରିବାରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମାରେ ଲକ୍ଷଣୀୟ ବୃଦ୍ଧି ହୋଇଛି। ଡାକ୍ତରମାନଙ୍କ ବରିଷ୍ଠତାକୁ ଆଧାର କରି ମାସିକ ବେତନରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି, ୫ ବର୍ଷରୁ କମ ସମୟ ଧରି ସେବାରତ ଥିବା ଆୟୁଷ ଡାକ୍ତରମାନଙ୍କୁ ମଧ୍ୟ ମାସକୁ ୨୦ ହଜାର ଟଙ୍କା ବେତନ ବୃଦ୍ଧିର ସୁବିଧା ମିଳିଛି। ଏହାଫଳରେ ସେମାନଙ୍କ ସର୍ବନିମ୍ନ ମାସିକ ଦରମା ୫୬,୯୪୮ ଟଙ୍କାକୁ ପହଞ୍ଚିଛି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଆୟୁଷ ଡାକ୍ତରମାନଙ୍କ ମନୋବଳ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ସେହିପରି ୫ରୁ ୧୦ ବର୍ଷ ମଧ୍ୟରେ ସେବା କରିଥିବା ଡାକ୍ତର ମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧିପାଇଁ ୭୪,୪୬୭ ଟଙ୍କାରେ ପହଞ୍ଚିଛି । ୧୦ରୁ ୧୫ ବର୍ଷ ସେବା ପାଇଁ ମାସକୁ ୩୦ ହଜାର ଟଙ୍କା ବୃଦ୍ଧିପାଇ ୮୦,୪୬୭ ହୋଇଥିବ ବେଳେ ୧୫ ବର୍ଷରୁ ଉର୍ଦ୍ଧ୍ବସେବା ପାଇଁ ଆୟୁଷ ଡାକ୍ତର ମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କାରେ ପହଞ୍ଚିଛି ।

ରାଜ୍ୟରେ ବର୍ତ୍ତମାନ ୨୯୧୨ ଜଣ ଆୟୁଷ ଡାକ୍ତର ନିୟୋଜିତ ଅଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧ କୋଟି ଟଙ୍କା ଅଧିକ ବ୍ୟୟ କରିବେ । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟରେ ଆୟୁଷ ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score