Explore

Search

January 8, 2026 4:44 am

ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ରାଜପଥ-୩୨୬ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ । ସୁଦୃଢ ହେବ ଦେଶର ଜାତୀୟ ରାଜପଥ । ହସିବ ଦକ୍ଷିଣ ଓଡିଶା। ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ଜାତୀୟ ରାଜପଥ-୩୨୬ର ପ୍ରଶସ୍ତିକରଣ ଓ ଉନ୍ନତୀକରଣକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପର ମୂଲ୍ୟ ୧୫୨୬.୨୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସେଥିରୁ ୯୯୬.୭୬ କୋଟି ଟଙ୍କାକୁ ସିଭିଲ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ । ଯେଉଁଥିରେ ସୁଗମ ହେବ ଗଜପତି, ରାୟଗଡ଼ା ଓ କୋରାପୁଟକୁ ଯାତାୟତ । ଏହି ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।

ଏହି ମଞ୍ଜୁରୀ ମିିଳିବା ପରେ ଦକ୍ଷିଣ ଓଡିଶା ଦେଇ ଯାଇଥିବା ଜାତୀୟ ରାଜପଥ-୩୨୬ର ୬୮.୬୦୦ କିମିରୁ ୩୧୧.୭୦୦ ପର୍ଯ୍ୟନ୍ତ ରାସ୍ତାର ସୁଦୃଢୀକରଣ ସହ ପ୍ରଶସ୍ତୀକରଣ ସମ୍ଭାବନା ଦୃଢୀଭୂତ ହୋଇଛି । ତେବେ ଓଡିଶାର ପ୍ରଗତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଏକ ବଡ ପଦକ୍ଷେପ । ଯାହାକୁ ନେଇ ଦକ୍ଷିଣ ଓଡ଼ିଶାବାସୀ ଖୁସିବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସୂଚନା ଅନୁସାରେ, ଜାତୀୟ ରାଜପଥ-୩୨୬ର ମୋହନା-ଗଜପତି ରାସ୍ତା ଅତ୍ୟନ୍ତ ଜରାଜୀର୍ଣ୍ଣ ଏବଂ ସଙ୍କୀର୍ଣ୍ଣ । ଏହି ବାଟରେ ଭାରିଯାନ ଚଳାଚଳରେ ଅନେକ ଅସୁବିଧା ହେଉଛି । ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ତେଣୁ ଏହାର ସଂଶୋଧନ, ଫୁଟପାଥ ସୁଦୃଢ଼ୀକରଣ ଏବଂ ଦୁର୍ଘଟଣା ପ୍ରବଣ ବ୍ଲାକ ସ୍ପଟ ଗୁଡ଼ିକୁ ଦୂର କରି ଏହି ସମସ୍ୟା ଗୁଡ଼ିକର ସମାଧାନ କରାଯିବ । ଯାହା ଯାତାୟତକୁ ସୁଗମ କରିବା ସହ ଟ୍ରାଫିକ ସମସ୍ୟାକୁ ଦୂର କରିବ ।

ତେବେ ଏହି ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, ‘‘ NH-326ର ମୋହନା-କୋରାପୁଟ ସେକ୍ସନକୁ ପ୍ରଶସ୍ତ କରିବା ପାଇଁ କ୍ୟାବିନେଟର ଅନୁମୋଦନକୁ ଆନ୍ତରିକ କୃତଜ୍ଞତା ।

ସୁଦୃଢ ହେବ ଦକ୍ଷିଣ ଓଡିଶାକୁ ସଂଯୋଗୀକରଣ :

ସୁଦୃଢ ହେବ ଦକ୍ଷିଣ ଓଡିଶାକୁ ସଂଯୋଗୀକରଣ । ଜାତୀୟ ରାଜପଥ-୩୨୬ ମୋହନା-କୋରାପୁଟ ସେକ୍ସନକୁ ପ୍ରଶସ୍ତ କରିବା ପାଇଁ କ୍ୟାବିନେଟର ଅନୁମତି ମିଳିବା ପରେ ବହୁ ସମସ୍ୟାର ସମାଧାନ ହୋଇଯିବ । ଏହି ପ୍ରକଳ୍ପ ହେଲେ ମୋହନା-କୋରାପୁଟରୁ ପ୍ରମୁଖ ଅର୍ଥନୈତିକ ଏବଂ ଲଜିଷ୍ଟିକ୍ସ କରିଡର ସହ ସିଧାସଳଖ ସଂଯୋଗ ପ୍ରଦାନ କରିବ । ଏହି ସଡକପଥ ଏନ୍ଏଚ୍-୨୬,ଏନ୍ଏଚ୍-୫୯, ଏନ୍ଏଚ୍-୧୬ ଏବଂ ରାୟପୁର-ବିଶାଖାପାଟନମ କରିଡର ସହିତ ସଂଯୋଗ କରିବ । ସେହିପରି ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଏବଂ ଅନେକ ରେଳ ଷ୍ଟେସନକୁ ସଂଯୋଗ କରିବ। ଯାହା ଦକ୍ଷିଣ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି କରିଡରରେ ଜେକେ ପେପର, ମେଗା ଫୁଡ ପାର୍କ, ନାଲକୋ, ଆଇଏମଏଫଏ, ଉତ୍କଳ ଆଲୁମିନା, ବେଦାନ୍ତ, ହାଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି । ଏହି ଜାତୀୟ ରାଜପଥର ସମାଧାନ ପରେ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score