Explore

Search

April 7, 2026 3:38 am

ମାସେ ଭିତରେ ସବୁ ଜିଲ୍ଲାରେ PNG ସଂଯୋଗ : ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଏକ ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ ହେବ PNG ସଂଯୋଗ । ଏନେଇ ତୈଳ କମ୍ପାନୀମାନଙ୍କ ସହ ଆଲୋଚନା ଚାଲିଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।ରାଜ୍ୟରେ ପାଇପ ନ୍ୟାଚୁରାଲ ଗ୍ୟାସ (PNG) ସଂଯୋଗକୁ ଦ୍ରୁତଗତିରେ ବିସ୍ତାର କରାଯାଉଛି । PNG ସଂଯୋଗ ବୃଦ୍ଧି ପାଇଲେ ଧୀରେ ଧୀରେ LPG ଉପର ନିର୍ଭରଶୀଳତା କମିବ ବୋଲି ମନ୍ତ୍ରୀ କହିଛନ୍ତି।

ବିଶ୍ୱ ପରିସ୍ଥିତି ଓ ଯୁଦ୍ଧ ଯୋଗୁଁ LPG ଯୋଗାଣ ନେଇ ଯେତେବେଳେ ଅନିଶ୍ଚିତତା ବଢ଼ୁଛି, ସେତେବେଳେ PNG ଓଡ଼ିଶାବାସୀଙ୍କ ପାଇଁ ଏକ ଭରସାଯୋଗ୍ୟ ବିକଳ୍ପ ଭାବେ ଆଗକୁ ଆସିଛି । ରାଉରକେଲା, ସମ୍ବଲପୁର, ଯାଜପୁର ଓ ଅନୁଗୋଳ ସହ ଅନେକ ସ୍ଥାନରେ ଲୋକମାନେ ୨୪ ଘଣ୍ଟିଆ ଗ୍ୟାସ ସେବା ଉପଭୋଗ କରୁଛନ୍ତି । ଏହାଦ୍ୱାରା ସିଲିଣ୍ଡର ସମାପ୍ତ ହେବାର ଭୟ ନଥିବା ସହ ଦରବୃଦ୍ଧିର ଚାପ ମଧ୍ୟ କମିଛି।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ଯୋଜନା ଓ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ରାଜ୍ୟରେ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଭିତ୍ତି ପକାଯାଇଥିଲା । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଆରମ୍ଭ ହୋଇଥିବା PNG ସେବା ଏବେ ଦ୍ରୁତ ଭାବେ ବିସ୍ତାର ପାଉଛି । ସହରରେ ପ୍ରାୟ ୧୯ ହଜାର ଉପଭୋକ୍ତା ଏହାର ସୁବିଧା ନେଇସାରିଛନ୍ତି।

ଏହା ସହିତ ଜାତୀୟ PNG ଅଭିଯାନ ୨.୦ ଅଧୀନରେ ପୋଖରୀପୁଟର ଲିଙ୍ଗରାଜ ବିହାରରେ ନୂତନ ସଂଯୋଗ ଆରମ୍ଭ ହୋଇଛି । ଗ୍ୟାସ ପାଇପଲାଇନ ଭିତ୍ତିଭୂମିରେ ମଧ୍ୟ ରାଜ୍ୟ ଦ୍ରୁତ ଗତିରେ ଆଗୁଆ ବଢ଼ୁଛି ।

ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ ଅଧୀନରେ ଧାମରା-ଅନୁଗୁଳ (୪୧୨ କିମି) ଓ ବୋକାରୋ-ଅନୁଗୁଳ (୨୯୬ କିମି) ରୁଟରେ କାମ ଚାଲିଥିବା ବେଳେ ଶ୍ରୀକାକୁଲମ-ଅନୁଗୁଳ ପାଇପଲାଇନ (୨୯୭ କିମି) ମଧ୍ୟ ରାଜ୍ୟର ଅନେକ ଜିଲ୍ଲାକୁ ସଂଯୋଗ ଯୋଗାଇବ। ସରକାରଙ୍କ ଏହି ପଦକ୍ଷେପ ଫଳରେ ଆସନ୍ତା ଦିନରେ ଓଡ଼ିଶାର ଘରେ ଘରେ ସହଜ, ସୁରକ୍ଷିତ ଗ୍ୟାସ ସେବା ପହଞ୍ଚିବା ନିଶ୍ଚିତ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score