Explore

Search

February 28, 2026 11:50 pm

ମାତ୍ର ୨୧ମାସ ବୟସରେ ପାଣିରେ ପହଁରିଲେ, ଇଣ୍ଡିଆ ବୁକ ଅଫ ରେକର୍ଡରେ ପ୍ରବେଶ କଲେ

ପ୍ରତିଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଆପଣ ମାନେ ଦେଖିବାକୁ ପାଉଥିବେ । ଆଉ ଯାହା ବେଶ ଚର୍ଚ୍ଚା ମଧ୍ୟ ହୁଏ । ତେବେ ଆଜି ମଧ୍ୟ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ୨୧ ମାସର ଛୁଆ ଯାହାଙ୍କ ନାଁ ବେଦା ସରଫାରେ । ସେ ଏକ ସୁଇମିଂ ପୁଲରେ ପାଖାପାଖି ୧୦ ମିନିଟ ଯାଏଁ ପହଁରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ତେବେ ଏହି ଖବର ସବୁଠି ବେଶ ଚର୍ଚ୍ଚା ହେବା ସହ ଭାଇରାଲ ହେବାରେ ଲାଗିଛି । ଯେଉଁ ବୟସରେ ଛୁଆ ମା’ କୋଳ ବି ଛାଡି ନଥାନ୍ତି ସେଇ ବୟସରେ ଏହି ୨୧ ମାସର ଛୁଆ ପାଣିରେ ପହଁରି ଇଣ୍ଡିଆ ବୁକ ଅଫ ରେକର୍ଡରେ ପ୍ରବେଶ କରିଛନ୍ତି ।

ଏହି ୨୧ ମାସର ଛୁଆ ବେଦାର ପାଣିକୁ ଟିକେ ଡର ନାହିଁ । ବେଦାଙ୍କର ଜନ୍ମ ମହାରାଷ୍ଟ୍ରରରେ । ସେ ମାତ୍ର ୧୦ ମିନିଟରେ ୧୦୦ ମିଟର ପହଁରି ଇଣ୍ଡିଆନ ବୁକ ଅଫ ରେକର୍ଡସରେ ପ୍ରବେଶ କରି ଇତିହାସ ରଚିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ କିଛି ୟୁଜର୍ସ କହିଛନ୍ତି ଛୁଆଟି ବୋଧେ ଭଗବାନଙ୍କ ରୂପ ନଚେତ ଏମିତି କେମିତି ସମ୍ଭବ ହୋଇପାରିଲା ? ଆଉ ନିଶ୍ଚିତ ଛୁଆଟା ପାଖରେ କୌଣସି ଦୈବୀ ଶକ୍ତି ଥିବା ଭଳି ଲାଗୁଛି ।

ତେବେ ଇଣ୍ଡିଆ ବୁକ ଅଫ ରେକର୍ଡସ ତାଙ୍କ ସଫଳତାକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଛି । ଆଉ ଏହା ପ୍ରଥମଥର ପାଇଁ ଏତେ କମ ବୟସର ଶିଶୁଙ୍କ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହୋଇଛି । ବେଦା ୨୦୨୪ ମସିହା ଜାନୁୟାରୀ ୨୨ ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଶହେ ମିଟର ପାଣିରେ ପହଁରି ଇଣ୍ଡିଆ ବୁକ ଅଫ ରେକର୍ଡସ ସ୍ଥାନ ପାଇବା ପରେ ତାଙ୍କ ବାପା ମା ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score