ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଗୁଟଖା ବିକ୍ରିକୁ ନେଇ ଭୁବନେଶ୍ବର ମହାନଗର ନିଗମ (BMC) କଡ଼ା ମନୋଭାବ ଗ୍ରହଣ କରିଛି । BMC ଅଧୀନସ୍ଥ ଭେଣ୍ଡିଂ ଜୋନ୍ ଏବଂ ଓମଫେଡ ବୁଥରେ ଯଦି କେହି ଗୁଟଖା ବିକ୍ରି କରୁଥିବା ଧରାପଡ଼ନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଗୁଟଖା ସମ୍ବନ୍ଧୀୟ କୌଣସି ପ୍ରକାରର ବିଜ୍ଞାପନ ଲଗାଇବାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି ।
ଗୁଟଖା ବିକ୍ରେତାମାନଙ୍କୁ BMC ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍, ଜରିମାନା ସହ ଅନ୍ୟାନ୍ୟ କଠୋର ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ଏ ସମ୍ପର୍କରେ BMCର ୩୮ତମ ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜଧାନୀକୁ ଗୁଟଖାମୁକ୍ତ କରିବା ଓ ସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା BMC ପକ୍ଷରୁ ଜଣାପଡ଼ିଛି ।
ଏପରିକି BMC ଅଧୀନସ୍ଥ ସମସ୍ତ ଅଞ୍ଚଳରେ ଗୁଟଖା ସମ୍ବନ୍ଧୀୟ ହୋର୍ଡିଂ, ପୋଷ୍ଟର କିମ୍ବା ଯେକୌଣସି ପ୍ରକାରର ବିଜ୍ଞାପନ ଲଗାଇବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଯଦି କୌଣସି ଏଜେନ୍ସି ଏହି ନିଷେଧକୁ ଉଲ୍ଲଂଘନ କରି ଗୁଟଖା ସମ୍ବନ୍ଧୀୟ ହୋର୍ଡିଂ ଲଗାଇଥିବା ଧରାପଡ଼େ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ସ୍ପଷ୍ଟ କରିଛନ୍ତି ।
ଏହାସହ ଗୁଟଖା ବିକ୍ରି ମାମଲାରେ ଅମାନିଆ ହୋଇ ନିୟମ ଉଲ୍ଲଂଘନ କରୁଥିବା ଦୋକାନୀମାନଙ୍କ ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଜୋରଦାର କରିବା ପାଇଁ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀକୁ ଗୁଟଖାମୁକ୍ତ କରିବା ଲକ୍ଷ୍ୟରେ BMC ପକ୍ଷରୁ ଏହି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
