Explore

Search

February 28, 2026 12:01 pm

ଭୀମପୁର ହାଇସ୍କୁଲର ଶତବାର୍ଷିକୀ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜିଲ୍ଲାର ସର୍ବପୁରାତନ ତଥା ଭୀମପୁର ହାଇସ୍କୁଲର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହାକୁ ଖୁବଶୀଘ୍ର “ଐତିହ୍ୟ ବିଦ୍ୟାଳୟ”ରେ ସାମିଲ କରିବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ l ନିଜର ଅଭିଭାଷଣରେ ଶ୍ରୀ ମାଝୀ ଏହା କହିଥିଲେ ଯେ “ବ୍ରିଟିଶ ସରକାର ଆସିବା ପରେ ଶିକ୍ଷାନୀତି ପ୍ରଚଳିତ ହୋଇଥିଲା। ଜ୍ଞାନ ଆଚରଣ, ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନ ଥିଲା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ଶିଶୁବଟିକା ଆରମ୍ଭ କରିଛୁ। ଏହି ସବୁ ଶିଶୁବଟିକା ଗୁଡ଼ିକରେ ପିଲାମାନଙ୍କୁ ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ପ୍ରଥମିକ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସୁଦୃଢ଼ କରାଯିବ। ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡ଼ିଶାରେ ମଧ୍ୟ ନିପୁଣ ଓଡ଼ିଶା ମିଶନ୍ ଅରମ୍ଭ କରାଯାଇଛି ବୋଲି ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟର ଶତବାର୍ଷିକୀ ଫଳକ ଉନ୍ମୋଚନ ପରେ ପରିଚାଳନା କମିଟି ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟାନ୍ୟ ସମସ୍ତ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score