Explore

Search

March 28, 2026 9:07 pm

ଭାରତ ପାଇଁ ଗର୍ବ : ଗିନିଜ ବୁକରେ ସ୍ଥାନ ପାଇଲା ବିରାଟଙ୍କ ନାଁ

ନୂଆଦିଲ୍ଲୀ : ଗିନିଜ ବୁକରେ ସ୍ଥାନ ପାଇଲା କ୍ରିକେଟର ବିରାଟ କୋହଲିଙ୍କ ନାଁ । ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ସଂସ୍କରଣକୁ ନଜରରେ ରଖି ବିଶ୍ୱପ୍ରସିଦ୍ଧ ‘ଗିନିଜ ୱର୍ଲ୍ଡ ରେକର୍ଡ୍ସ’ ପକ୍ଷରୁ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲିଙ୍କ ସଫଳତାକୁ ଉଜାଗର କରାଯାଇଛି । ଟୁର୍ଣ୍ଣାମେଣ୍ଟର ଇତିହାସରେ ଶୀର୍ଷ ସ୍କୋରର ଭାବେ କୋହଲିଙ୍କ ସ୍ଥାନକୁ ଉଲ୍ଲେଖ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇଛି, ଯାହା ବର୍ତ୍ତମାନ ଦ୍ରୁତ ଭାବେ ଭାଇରାଲ ହେଉଛି ।

ପୋଷ୍ଟରେ କୋହଲିଙ୍କ ଆଇପିଏଲରେ ଅଦ୍ଭୁତ ପରଫର୍ମାନ୍ସକୁ ଉଦ୍ଧାର କରାଯାଇଛି ଏବଂ ତାଙ୍କୁ ଏହି ଲିଗର ‘ଅଲଟାଇମ ଲିଡର’ ଭାବେ ଚିହ୍ନଟ କରାଯାଇଛି । ଏହାସହିତ ତାଙ୍କର ଅନେକ ରେକର୍ଡ ଉଲ୍ଲେଖ କରି, ଗିନିଜ ବୁକ ପକ୍ଷରୁ ତାଙ୍କୁ ଆଇପିଏଲର ଏକ ସ୍ୱତନ୍ତ୍ର ପରିଚୟ ଦିଆଯାଇଛି ।

ତଥ୍ୟ ଅନୁଯାୟୀ, କୋହଲି ଏପର୍ଯ୍ୟନ୍ତ ଆଇପିଏଲରେ ୨୬୭ଟି ମ୍ୟାଚ ଖେଳି ୨୫୯ଟି ପାଳିରେ ୮୬୬୧ ରନ ସଂଗ୍ରହ କରିଛନ୍ତି । ତାଙ୍କର ଔସତ ୩୯.୫୪ ଓ ଷ୍ଟ୍ରାଇକ ରେଟ ୧୩୨.୮୫ ରହିଛି । ଯାହା ତାଙ୍କର ସ୍ଥିରତା ଓ ଆକ୍ରମକ ଖେଳର ପ୍ରମାଣ। ଏହି ସମୟରେ ସେ ୮ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ, ସର୍ବାଧିକ ଅପରାଜିତ ସ୍କୋର ୧୧୩ ରହିଛି ।

କୋହଲିଙ୍କ ଏହି ଅଦ୍ଭୁତ ରେକର୍ଡ ଓ ନିରନ୍ତର ପରିଫର୍ମାନ୍ସ ତାଙ୍କୁ ଆଇପିଏଲର ଏକ ଅପରିହାର୍ଯ୍ୟ ନାମ ଭାବେ ପରିଚିତ କରାଇଛି । ଗିନିଜ ବୁକର ଏହି ସ୍ୱୀକୃତି ପରେ ତାଙ୍କ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score