Explore

Search

February 17, 2026 4:12 am

ଭାରତ ଦେଖାଇଲା ଔକାତ : ଟିଭିକୁ କଚାଡ଼ି ପିଟି ଭାଙ୍ଗିଦେଲେ ପାକିସ୍ତାନୀ କ୍ରିକେଟର

ପୁଣି ଦୁନିଆ ଆଗରେ ବେଜିତ ହେଲା ପାକିସ୍ତାନ । ଭାରତ ଦେଖାଇଲା ପାକିସ୍ତାନକୁ ଔକାତ। ବିଶ୍ଵକପରେ କଲମ୍ବୋରେ ମାଟି କାମୁଡ଼ି ପଡିଲା ପାକିସ୍ତାନ । ଶୋଚନୀୟ ପରାଜୟ ପରେ ଲଜ୍ଜିତ ପାକିସ୍ତାନୀ କ୍ରିକେଟର ଭାଙ୍ଗିଲେ ଟିଭି । ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିଦେଇଛି । ଗତକାଲି ହୋଇଥିବା ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ଜୋରଦାର ପ୍ରଦର୍ଶନ କରି ପାକିସ୍ତାନ କ୍ରିକେଟ ଟିମକୁ ୬୧ ରନରେ ପରାସ୍ତ କରିଛି।

ଭାରତୀୟ ଦଳର ନେତୃତ୍ୱ ଦେଇଥିବା ସୂର୍ଯ୍ୟକୁମାର ଯାଦବଙ୍କ କୌଶଳମୟ ଅଧିନାୟକତ୍ୱ ଓ ଖେଳାଳିମାନଙ୍କ ସମୂହ ଉଦ୍ୟମ ଦଳକୁ ଜୟ ଦିଗରେ ନେଇଯାଇଥିଲା । ବ୍ୟାଟିଂ ଓ ବୋଲିଂ ଦୁଇ ମୋର୍ଚ୍ଚାରେ ଭାରତର ସଂଯମିତ ଖେଳ ପାକିସ୍ତାନ ଦଳକୁ ଚାପରେ ରଖିଥିଲା ।

ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ ହାତରେ ଏମିତି ହାର ପରେ ପାକିସ୍ତାନରେ ପ୍ରଶଂସକମାନଙ୍କ ମଧ୍ୟରେ ନିରାସ ଓ କ୍ରୋଧ ଦେଖିବାକୁ ମିଳିଛି । କିଛି ସ୍ଥାନରେ ପାକିସ୍ତାନ କ୍ରିକେଟର ଟିଭି ସେଟ ଭାଙ୍ଗିବା ପର୍ଯ୍ୟନ୍ତ ଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅନ୍ୟପକ୍ଷରେ ଏହି ଜୟ ସହିତ ଭାରତ ବିଶ୍ୱକପ ଟ୍ରଫି ଜିତି ଆନ୍ତର୍ଜାତୀୟ ମଞ୍ଚରେ ଆଉଥରେ ନିଜ ଦାବି ମଜବୁତ କରିଛି । ଅନ୍ୟପଟେ, ପାକିସ୍ତାନ ଦଳ ପାଇଁ ଏହି ହାର ଆଗାମୀ ଦିନରେ ଦଳଗଠନ ଓ ଯୋଜନାରେ ପୁନଃବିଚାର କରିବାକୁ ବାଧ୍ୟ କରିପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

କଲମ୍ବୋରେ ଭାରତର ଦମଦାର ପ୍ରଦର୍ଶନ, ୬୧ ରନରେ ପାକିସ୍ତାନ ପରାଜିତ :

କଲମ୍ବୋରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ପରାଜୟର ହାର ପିନ୍ଧାଇ ଜୋରଦାର ବିଜୟ ହାସଲ କରିଛି । ମ୍ୟାଚରେ ପ୍ରଥମେ ଟସ ଜିତି ପାକିସ୍ତାନ ଫିଲ୍ଡିଂ ବାଛିଥିଲା । ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଭାରତୀୟ ବ୍ୟାଟରମାନେ ଭୁଲ ପ୍ରମାଣ କରିଦେଲେ। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୭୫ ରନର ଦୃଢ଼ ସ୍କୋର ତିଆରି କଲା । ଦଳର ପକ୍ଷରୁ ଓପେନର ଇଶାନ କିଶାନ ଅତ୍ୟନ୍ତ ଆକ୍ରମକ ଭାବରେ ବ୍ୟାଟିଂ କରି ୭୭ ରନର ଜବରଦସ୍ତ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ଚମତ୍କାର ଚୌକା ଓ ୬ ରନ ଦେଖିବାକୁ ମିଳିଥିଲା । ଯାହା ଦଳକୁ ଏକ ସୁରକ୍ଷିତ ସ୍କୋର ଦେଇଥିଲା ।

୧୭୬ ରନର ଲକ୍ଷ୍ୟ ନେଇ ମଇଦାନକୁ ନମିଥିବା ପାକିସ୍ତାନୀ ଦଳ ଭାରତୀୟ ବୋଲରମାନଙ୍କ ଆଗରେ ଟିକି ପାରିନଥିଲା। ଆରମ୍ଭରୁ ହିଁ ୱିକେଟ ପଡ଼ିବା ଆରମ୍ଭ ହେବାରୁ ଦଳ ଚାପରେ ପଡ଼ିଥିଲା। ସମଗ୍ର ଦଳ ୧୧୪ ରନରେ ଅଲ୍ଆଉଟ ହୋଇଯାଇଥିଲା ଏବଂ ୨୦ ଓଭର ପୂରା କରିପାରିନଥିଲା । ଭାରତ ପକ୍ଷରୁ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଜସପ୍ରିତ ବୁମରାହ ଚମତ୍କାର ପ୍ରଦର୍ଶନ କରି ପ୍ରତ୍ୟେକେ ୨ଟି କରି ୱିକେଟ ନେଇଥିଲେ। ତାଙ୍କର ବୋଲିଂ ପାକିସ୍ତାନୀ ବ୍ୟାଟରମାନଙ୍କୁ ରନ କରିବାର ସୁଯୋଗ ଦେଇନଥିଲା । ଏହି ବିଜୟ ସହିତ ଭାରତ ୬୧ ରନର ବଡ଼ ମାର୍ଜିନରେ ମ୍ୟାଚ ଜିତି ଦର୍ଶକମାନଙ୍କୁ ଆନନ୍ଦିତ କରିଛି । କଲମ୍ବୋର ମଇଦାନରେ ଭାରତୀୟ ଦଳର ଏହି ସମ୍ପୂର୍ଣ୍ଣ ଦାଦାଭାଇ ପ୍ରଦର୍ଶନ କ୍ରିକେଟ ପ୍ରେମୀମାନଙ୍କ ମନକୁ ଛୁଇଁ ଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score