Explore

Search

February 25, 2026 4:06 am

ଭାରତ କ୍ଷମା ମାଗିବା ପରେ ଅଲୋଚନା ସ୍ପଷ୍ଟ ହେବ : ଆମେରିକା ବାଣିଜ୍ୟ ସଚିବ

ରୁଷ ଠାରୁ ଅଶୋଧିତ ତୈଳ କ୍ରୟ ଯୋଗୁ ଭାରତ ଉପରେ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ଓ ସାଙ୍ଘାଇ ସହଯୋଗ ଶିଖର ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ନେବା ପରେ ଏବେ ଘଟଣା ନୂଆ ମୋଡ଼ ନେଇଛି। ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଛନ୍ତି, ସେ ଆଶା କରୁଛନ୍ତି ଯେ, ଭାରତ ଆଗାମୀ ଏକ କିମ୍ବା ଦୁଇ ମାସ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଚେଷ୍ଟା କରିବ ଓ କ୍ଷମା ମାଗିବା ପରେ ତାହା ସମ୍ଭବ ହେବ।

ସେ କହିଛନ୍ତି, ଆମେରିକା ବିଶ୍ୱର ସର୍ବବୃହତ ଗ୍ରାହକ ଏବଂ ଗ୍ରାହକ ସର୍ବଦା ଠିକ୍। ସେ କହିଛନ୍ତି, ଭାରତ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚୁକ୍ତି କରିବାକୁ ଚେଷ୍ଟା କରିବ ଓ ତାହା କେବଳ ଆମେରିକାକୁ କ୍ଷମା ମାଗିବା ପରେ ଯାଇ ହିଁ ସମ୍ଭବ ହେବ।

ଲୁଟନିକ୍ କହିଛନ୍ତି ଯେ, ଭାରତ ରୁଷରୁ ତୈଳ କିଣିବା ବନ୍ଦ କରିବାକୁ ଏବଂ ବ୍ରିକ୍ସ ଗୋଷ୍ଠୀକୁ ଛାଡିବାକୁ ଚାହୁଁନାହିଁ। ଏବେ ଭାରତ, ରୁଷ ଏବଂ ଚୀନ୍ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସମ୍ମତି ପ୍ରକାଶ କରିଥିବା ବେଳେ ଏହାକୁ ଯଦିଓ ଆମେରିକା ବିରୋଧ କରିନାହିଁ; କିନ୍ତୁ ଭାରତ ଡଲାରକୁ ଓ ଆମେରିକାକୁ ସମର୍ଥନ କରିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।
ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ନଭେମ୍ବର ସୁଦ୍ଧା ଆମେରିକା ସହିତ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ନେଇ ଆଶା ପ୍ରକାଶ କରିଥିଲେ। କିନ୍ତୁ ଆମେରିକୀୟ ବ୍ୟବସାୟିକ ଗୋଷ୍ଠୀ ଗତ ଅଗଷ୍ଟ ୨୫ରେ ହେବାକୁ ଥିବା ନୂଆଦିଲ୍ଲୀ ଗସ୍ତକୁ ସ୍ଥଗିତ ରଖିବା ପରେ ଏଥିରେ କୌଣସି ଅଗ୍ରଗତି ହୋଇନାହିଁ। ଏପରିକି ଅଗଷ୍ଟ ୨୭ରୁ ୫୦ ପ୍ରତିଶତ ଶୁଳ୍କ ଆମେରିକା କାର୍ଯ୍ୟକାରୀ କରାଇଛି। ଲୁଟନିକ୍ କହିଛନ୍ତି ଯେ, ଆମେରିକା କଥାବାର୍ତ୍ତା କରିବାକୁ ଇଚ୍ଛୁକ ରହିଛି; କିନ୍ତ ଭାରତ ଏହାର ସର୍ତ୍ତ ପୂରଣ କରିବା ଜରୁରୀ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score