Explore

Search

February 16, 2026 2:21 am

ଭାରତୀୟ ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ପ୍ରୀତି ସୂଦନ

Mrs. Preeti Sudan

ୟୁନିଅନ ପବ୍ଲିକ ସର୍ଭିସ କମିଶନ ଗତ ବୁଧବାର ଦିନ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରୀତି ସୁଦାନଙ୍କୁ ଏହାର ନୂତନ ଅଧ୍ଯକ୍ଷ ଭାବରେ ନିଯୁକ୍ତ କରିଛି । ସେ ନେଇ ପ୍ରୀତି ସୁଦାନ ଆଜି (ଅଗଷ୍ଟ ୧ ତାରିଖରେ) ରେ ଦାୟିତ୍ଵ ଗ୍ରହଣ କରିବେ।

ପ୍ରୀତି ସୂଦନ ୧୯୮୩ ବ୍ୟାଚର ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା ଓ ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ବିଭାଗର ସଚିବ ରହିଆସିଛନ୍ତି । ଏହାସହ କେନ୍ଦ୍ରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟ କରି ସାରିଛନ୍ତି । ତେବେ ସୂଚନା ଥାଉ କି ଯ଼ୁ. ପି. ଏସ୍. ସି. ର ନେତୃତ୍ୱ ନେବାରେ ଆର . ଏମ ଵାଟୱେଙ୍କ ପରେ ପ୍ରୀତି ସୁଦାନ ହେଉଛନ୍ତି ଦ୍ଵିତୀୟ ମହିଳା

କିଛି ଦିନ ପୂର୍ବେ ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଥିଲେ। ଏହାପରେ ଏହି ପଦବୀ ଖାଲି ପଡ଼ିଥିଲା। ଏବେ ତାଙ୍କ ସ୍ଥାନରେ ପ୍ରୀତି ସୂଦନଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ସେ ୨୦୨୫ ଏପ୍ରିଲ ମାସ ପର୍ଯ୍ୟନ୍ତ ୟୁପିଏସସିର ଅଧ୍ୟକ୍ଷ ରହିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score