Explore

Search

February 23, 2026 4:12 am

ଭାରତକୁ ପାଣି ଭିକ୍ଷା ମାଗିବ ପାକିସ୍ତାନ

ନୂଆଦିଲ୍ଲୀ : ପୁଣି ଭାରତ ପାଖରେ ମୁଣ୍ଡ ନୁଆଁଇବ ପାକିସ୍ତାନ । ପାଣି ପାଇଁ ଭାରତକୁ ଭିକ ମାଗିବ ପାକିସ୍ତାନ । ନିକଟରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ ଭାରତ ଚେନାବ ନଦୀକୁ କେନ୍ଦ୍ର କରି ନିଜ ଜଳବିଦ୍ୟୁତ ରଣନୀତିକୁ ଆହୁରି ଶକ୍ତ କରିଛି । ଏପରିକି ଜମ୍ମୁ-କାଶ୍ମୀରରେ ଅବସ୍ଥିତ ଚାରିଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପକୁ ତୁରନ୍ତ ସମାପ୍ତ କରିବାକୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଚେନାବ ନଦୀ ସିନ୍ଧୁ ନଦୀ ପରିବାହିକାର ଏକ ମୁଖ୍ୟ ଅଂଶ । ଯାହା ପାକିସ୍ତାନ ପାଇଁ ଜୀବନରେଖା ସମାନ। ପାକିସ୍ତାନର ୯୦ ଶତାଂଶରୁ ଅଧିକ କୃଷି, ପାଣିଯୋଗାଣ ଏବଂ ଜଳସେଚନ ପ୍ରଣାଳୀ ଏହି ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦୁଇଦିନିଆ ଜମ୍ମୁ–କାଶ୍ମୀର ଗସ୍ତରେ ଚେନାବ ଉପରେ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ। ସେ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ଭିତରେ ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନ ଉପରେ କ’ଣ ପଡିବ ପ୍ରଭାବ ?

ଚେନାବ ନଦୀ ପାକିସ୍ତାନର କୃଷି, ପାନୀୟ ଜଳ ଓ ବିଦ୍ୟୁତ ଉତ୍ପାଦନର ମୂଳ ଆଧାର। ପ୍ରାୟ ୯ରୁ ୧୦ ଜଣ ପାକିସ୍ତାନୀ ନାଗରିକ ଏହି ନଦୀର ପାଣି ଉପରେ ନିର୍ଭର କରନ୍ତି । ଭାରତର ଏହି ଜଳବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ଚାଲୁ ହେଲେ ଜଳ ପ୍ରବାହ ଉପରେ ଭାରତର ନିୟନ୍ତ୍ରଣ ବଢ଼ିବ ଏବଂ ପାକିସ୍ତାନ ଉପରେ ରଣନୈତିକ ଚାପ ସୃଷ୍ଟି ହେବ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ଭାରତର ଏହି ଦୃଢ଼ ପଦକ୍ଷେପ ପାକିସ୍ତାନ ଉପରେ ପ୍ରଭାବ ପକେଇଛି । ଭବିଷ୍ୟତରେ ଏହି ପ୍ରକଳ୍ପ ଗୁଡ଼ିକ ଦକ୍ଷିଣ ଏସିଆର ଜଳ-ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ । ଆଉ ଯାହାକୁ ନେଇ ଏବେ ଚିନ୍ତାରେ ପଡିଛି ପାକିସ୍ତାନ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score