Explore

Search

March 22, 2026 1:42 am

ବିଶ୍ୱ ମଞ୍ଚରେ ଓଡ଼ିଶାର ପଖାଳ : ଗିନିଜ ରେକର୍ଡରେ ନୂଆ ଇତିହାସ

ଭୁବନେଶ୍ୱର : ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶାର ‘ପଖାଳ’ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ଏବେ ବିଶ୍ୱ ମଞ୍ଚରେ ନୂଆ ପରିଚୟ ସୃଷ୍ଟି କରିଛି । ଭୁବନେଶ୍ୱରରେ ପଖାଳ ଦିବସରେ ରାଜ୍ୟ ପର୍ଯ୍ୟଟନ ବିଭାଗଙ୍କ ପ୍ରୟାସରେ ଆୟୋଜିତ ୧,୧୭୪ କିଲୋଗ୍ରାମ ଓଜନର ବିଶାଳ ପଖାଳ ପ୍ରସ୍ତୁତ କରାଯାଇ ଏକ ବଡ଼ ପାତ୍ରରେ ପରିବେଷଣ କରାଯାଇଥିଲା। ଏହି ଅଦ୍ଭୁତ ପ୍ରୟାସ ‘ସବୁଠାରୁ ବଡ଼ ଫର୍ମେଣ୍ଟେଡ ରାଇସ ପରିବେଷଣ’ ଶ୍ରେଣୀରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦାବି କରିଛି।

ଏହି ସଫଳତା କେବଳ ଏକ ରେକର୍ଡ ସୃଷ୍ଟିରେ ସୀମିତ ନୁହେଁ, ବରଂ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ଗ୍ଲୋବାଲ ପ୍ଲାଟଫର୍ମରେ ଆଗକୁ ନେଇଯାଇଛି । ଦୈନନ୍ଦିନ ଜୀବନର ଏକ ସରଳ ଖାଦ୍ୟ ଥିବା ପଖାଳ, ଆଜି ଆମ ସଂସ୍କୃତିକ ଗର୍ବର ପ୍ରତୀକ ଭାବେ ଉଭା ହୋଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଖୁସି ପ୍ରକାଶ କରି କହିଛନ୍ତି ଯେ, “ଏହା ଓଡ଼ିଆ ପରମ୍ପରା ପାଇଁ ଗର୍ବର ମୁହୂର୍ତ୍ତ । ଆଧୁନିକ ଖାଦ୍ୟ ସଂସ୍କୃତି ମଧ୍ୟରେ ଆମ ପାରମ୍ପରିକ ଖାଦ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଏକ ବଡ଼ ସଫଳତା। ଆଗକୁ ଓଡ଼ିଶାର ପଖାଳକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆହୁରି ପ୍ରଚାର କରାଯିବ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳ ପରିବେଷଣ କରାଯାଇ ଲୋକମାନଙ୍କୁ ଏହାର ସ୍ୱାଦ ସହିତ ପରମ୍ପରା ବିଷୟରେ ଅବଗତ କରାଯିବ।

ପଖାଳ ଏକ ଖାଦ୍ୟ ମାତ୍ର ନୁହେଁ, ପଖାଳ ଓଡ଼ିଶାର ଜୀବନ ଶୈଳୀ, ପରମ୍ପରା ଓ ପରିଚୟର ଅଭିନ୍ନ ଅଂଶ। ଏହି ଗିନିଜ୍ ସଫଳତା ପରେ ଏବେ ପଖାଳ ପ୍ରେମ ସାରା ବିଶ୍ୱରେ ଆହୁରି ବ୍ୟାପିବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score