Explore

Search

February 25, 2026 9:01 pm

ବିପଦଜନକ ଫ୍ରି ୱାଇ-ଫାଇ

ଭାରତରେ ଡିଜିଟାଲ ପ୍ରଣାଳୀର ବିକାଶ ସହିତ ସାଧାରଣ ଲୋକଙ୍କ ପାଇଁ ଇଣ୍ଟରନେଟ ପହଞ୍ଚ ଆହୁରି ସହଜ ହୋଇପାରିଛି। ଏବେ ବିମାନବନ୍ଦର, ରେଳବନ୍ଦର, ମେଟ୍ରୋ ଷ୍ଟେସନ, ହୋଟେଲ, କଫି ସପ ଓ ବଡ଼ ବଡ଼ ବାଣିଜ୍ୟିକ କେନ୍ଦ୍ରରେ ମାଗଣା ୱାଇ-ଫାଇ ସୁବିଧା ସାଧାରଣ ଘଟଣା ହୋଇଯାଇଛି । ଅଳ୍ପ ଡାଟା ପ୍ଲାନ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଏହା ଦୈନିକ ଜୀବନରେ ବହୁତ ଉପକାରୀ ପ୍ରମାଣିତ ହେଉଛି।

କିନ୍ତୁ ସାଇବର ବିଶେଷଜ୍ଞମାନେ ସଚେତନ କରିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ମିଳୁଥିବା ମାଗଣା ୱାଇ-ଫାଇ ବ୍ୟବହାର କରିବାବେଳେ ସତର୍କତା ଅତ୍ୟନ୍ତ ଆବଶ୍ୟକ। ଯେତେବେଳେ ମୋବାଇଲ କିମ୍ବା ଲ୍ୟାପଟପ ଏମିତି ନେଟୱର୍କ ସହ ଯୋଡ଼ାଯାଏ, ସେତେବେଳେ ଅଜାଣତରେ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ। ଯେଉଁଥି ପାଇଁ ଆପଣ ଭବିଷ୍ୟତରେ ବିପଦରେ ପଡି ପାରନ୍ତି । କାରଣ ପାସୱାର୍ଡ, ବ୍ୟାଙ୍କି ସୂଚନା, ସୋସିଆଲ ମିଡିଆ ଡିଟେଲ୍ସ ଭଳି ସେନ୍ସିଟିଭ ତଥ୍ୟ ସାଇବର ଠକମାନଙ୍କ ନଜରରେ ରହିଥାଏ।

ବିଶେଷକରି ଅସୁରକ୍ଷିତ କିମ୍ବା ପାସୱାର୍ଡବିହୀନ ୱାଇ-ଫାଇ ନେଟୱର୍କ ମାଧ୍ୟମରେ ହ୍ୟାକରମାନେ ସହଜରେ ଡାଟା ଟ୍ରାକ କରିପାରନ୍ତି। ତେଣୁ ଏମିତି ସ୍ଥାନରେ ଅନଲାଇନ ବ୍ୟାଙ୍କିଂ, ଟ୍ରାଞ୍ଜାକ୍ସନ କିମ୍ବା ଗୁରୁତ୍ୱପୂର୍ଣ୍ଣ ଲଗଇନ କାମ କରିବାକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି ।

ସାଇବର ଠକେଇର ନକଲି ୱାଇ-ଫାଇ ନେଟୱର୍କ ଗଢ଼ି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକରମାନେ। ସାଧାରଣତଃ “Free Airport Wi-Fi”, “Railway Station Free Net” ପରି ଆକର୍ଷଣୀୟ ନାମରେ ଏମିତି ଭୁଆ ହଟସ୍ପଟ ସୃଷ୍ଟି କରାଯାଏ, ଯାହାକୁ ଦେଖି ଅନେକେ ସତ୍ୟିକାର ସର୍ବସାଧାରଣ ସେବା ବୋଲି ଭାବି ଯୋଡି ହୁଅନ୍ତି ।

ମୋବାଇଲ ଫୋନରେ ଏମିତି ନେଟୱର୍କ ଦେଖାଯିବାମାତ୍ରେ ବହୁ ଉପଭୋକ୍ତା କୌଣସି ପ୍ରକାର ସତର୍କତା ବିନା ସେଥିରେ କନେକ୍ଟ କରିଦେଇଥାନ୍ତି। ଏହି ସୁଯୋଗକୁ ହ୍ୟାକରମାନେ ଲାଭରେ ପରିଣତ କରି, ଉପଭୋକ୍ତାଙ୍କ ପାସୱାର୍ଡ, ବ୍ୟାଙ୍କ ସୂଚନା, ଓଟିପି, ସୋସିଆଲ ମିଡିଆ ତଥ୍ୟ ପର୍ଯ୍ୟନ୍ତ ହାତେଇ ନେଇପାରନ୍ତି। କେତେକ ଘଟଣାରେ ମାଲୱେର ଇନଷ୍ଟଲ କରି ସମ୍ପୂର୍ଣ୍ଣ ଭାବେ ମୋବାଇଲ ଡିଭାଇସ୍‌କୁ ନିୟନ୍ତ୍ରଣ କରିବା ଘଟଣା ମଧ୍ୟ ଦେଖାଯାଇଛି।

ବିଶେଷକରି ପବ୍ଲିକ ୱାଇ-ଫାଇ ବ୍ୟବହାର ସମୟରେ ଯଦି କେହି ଇମେଲ୍, ସୋସିଆଲ ମିଡିଆ କିମ୍ବା ଅନଲାଇନ ବ୍ୟାଙ୍କି ଖୋଲନ୍ତି, ତେବେ ସେଗୁଡ଼ିକୁ ହେକ କରିବାର ସମ୍ଭାବନା ଅଧିକ ରହେ। ତେଣୁ ଅଜଣା ନେଟୱର୍କ ସହିତ ଯୋଡ଼ିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବା, ଅଟୋ-କନେକ୍ଟ ବିକଳ୍ପ ବନ୍ଦ ରଖିବା ଓ ସୁରକ୍ଷିତ ସଫ୍ଟୱେର ବ୍ୟବହାର କରିବାକୁ ସାଇବର ନିପୁଣମାନେ ପରାମର୍ଶ ଦେଇଛନ୍ତି।

କେମିତି ରହିବେ ସୁରକ୍ଷିତ ?

ସର୍ବସାଧାରଣ ସ୍ଥାନରେ ମିଳୁଥିବା ମାଗଣା ୱାଇ-ଫାଇ ଅନେକ ସମୟରେ ବହୁତ ଉପକାରୀ ବୋଲି ଲାଗେ। ଯାତ୍ରା ସମୟରେ କିମ୍ବା ଡାଟା ସୀମିତ ଥିଲେ ଏହା ଆପଣଙ୍କୁ ତୁରନ୍ତ ଇଣ୍ଟରନେଟ ସୁବିଧା ଯୋଗାଇ ଦେଇଥାଏ। କିନ୍ତୁ ଏହି ସୁବିଧା ପଛରେ ଲୁଚିଥିବା ବିପଦକୁ ଅନେକେ ଅନଦେଖା କରିଦେଉଛନ୍ତି ।

ସାଇବର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଟିକେ ଅସାବଧାନତା ମଧ୍ୟ ବ୍ୟକ୍ତିଗତ ସୂଚନା ଓ ଆର୍ଥିକ ତଥ୍ୟ ପାଇଁ ଗୁରୁତର ଝୁମ୍ପ ସୃଷ୍ଟି କରିପାରେ। ଯଦି ଅସୁରକ୍ଷିତ ନେଟୱର୍କ ମାଧ୍ୟମରେ ବ୍ୟାଙ୍କ ଖାତା, ଇ-ୱାଲେଟ କିମ୍ବା ସୋସିଆଲ ମିଡିଆ ଖୋଲାଯାଏ, ତେବେ ଠକେଇର ସମ୍ଭାବନା ବଢ଼ିଯାଏ।

ତେଣୁ ପ୍ରତ୍ୟେକ ଥର ପବ୍ଲିକ ୱାଇ-ଫାଇ ସହ ମୋବାଇଲ କିମ୍ବା ଲ୍ୟାପଟପ ଯୋଡ଼ିବା ପୂର୍ବରୁ ନେଟୱର୍କର ସତ୍ୟତା ଯାଞ୍ଚ କରନ୍ତୁ। ଅଟୋ-କନେକ୍ଟ ବିକଳ୍ପ ବନ୍ଦ ରଖିବା, ଦୁଇ-ସ୍ତରୀୟ ସୁରକ୍ଷା (Two-Factor Authentication) ଚାଲୁ ରଖିବା ଓ ଭରସାଯୋଗ୍ୟ ସୁରକ୍ଷା ଆପ ବ୍ୟବହାର କରିବା ଜରୁରୀ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score