Explore

Search

January 8, 2026 4:42 am

ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା, ଲାଗିବ ଏୟାର ପ୍ୟୁରିଫାୟର

ଭୁବନେଶ୍ୱର : ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା । ରାଜ୍ୟରେ ଲାଗିବ ଏୟାର ପ୍ୟୁରିଫାୟର । ରାଜଧାନୀ ଭୁବନେଶ୍ୱରରେ ବଢୁଥିବା ବାୟୁ ପ୍ରଦୂଷଣକୁ କମାଇବା ପାଇଁ ଏୟାର ପ୍ୟୁରିଫାୟର (ବାୟୁ ଶୋଧକ ଯନ୍ତ୍ର) ଲଗାଇବାକୁ ଯାଉଛି ବିଏମସି । ପ୍ରଥମ ପର୍ଯ୍ୟାୟରେ ଜୟଦେବ ବିହାର ଓ ଏଜି ଛକରେ ଏହି ଯନ୍ତ୍ର ସ୍ଥାପନ କରାଯିବ । ଏ ସମ୍ପର୍କରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ସୂଚନା ଦେଇଛନ୍ତି।

ମେୟର କହିଛନ୍ତି ଯେ ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା ସରିଛି । ଆଲୋଚନା ପରେ ଯନ୍ତ୍ର କ୍ରୟ କରାଯାଇ ସହରରେ ଲଗାଯିବ। ଏଥିଦ୍ୱାରା ଭୁବନେଶ୍ୱରବାସୀ ବିଷାକ୍ତ ବାୟୁର ପ୍ରଭାବରୁ ରକ୍ଷା ପାଇପାରିବେ। ସହରର ପ୍ରମୁଖ ଓ ଅଧିକ ଭିଡ଼ ଥିବା ସ୍ଥାନ ଗୁଡ଼ିକରେ ମଧ୍ୟ ଏୟାର ପ୍ୟୁରିଫାୟର ଲଗାଇବା ଯୋଜନା ରହିଛି ।

ସେ ଆହୁରି କହିଛନ୍ତି ଯେ ସହରରେ ସଫେଇ କାମ ଚାଲିଥିବା ସ୍ଥାନରେ ଧୁଳି ଉଡିବାକୁ ରୋକିବା ପାଇଁ ପାଣି ସିଞ୍ଚନ କରାଯାଉଛି । ଭବିଷ୍ୟତରେ ବାୟୁ ପ୍ରଦୂଷଣ ସହର ପାଇଁ ଗୁରୁତର ସମସ୍ୟା ରୂପେ ଦେଖାଦେଇପାରେ, ତେଣୁ ସାଧାରଣ ଲୋକଙ୍କ ସଚେତନତା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଘରେ ଘରେ ୪ରୁ ୫ଟି ଗାଡ଼ି ରହୁଥିବାରୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ୁଛି । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିକୁ ପହଞ୍ଚିଛି । ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୦୦ ସୀମାକୁ ଛୁଇଁବାକୁ ଯାଉଛି । ତେବେ ରବିବାର ପଟିଆ ଅଞ୍ଚଳର AQI ୨୨୨ ରହିଥିବା ରେକର୍ଡ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score