Explore

Search

December 29, 2025 7:50 pm

ଫେରିଲାଣି ହକି ଫିଭର, ପୁଣି ଦୁଲକିବ କଳିଙ୍ଗ ଷ୍ଟାଡିଅମ

ଭୁବନେଶ୍ବର: ଭୁବନେଶ୍ବରକୁ ପୁଣି ଫେରିଲାଣି ହକି ଫିଭର । ପୁଣି ଦୁଲକିବ କଳିଙ୍ଗ ଷ୍ଟାଡିଅମ । କଳିଙ୍ଗ ଷ୍ଟାଡିଅମରେ ପୁଣି ଖେଳା ହେବ ହକି ଲିଗ । ଆଉ ଚଳିତ ବର୍ଷ ହକି ଇଣ୍ଡିଆ ଲିଗ ଆୟୋଜନ କରିବ କଳିଙ୍ଗ ଷ୍ଟାଡିଅମ । ଏନେଇ ଭୁବନେଶ୍ୱର, ରାଞ୍ଚି, ଚେନ୍ନାଇରେ ଆୟୋଜିତ ହେବ ମେଗା ଇଭେଣ୍ଟ । ଏଥିପାଇଁ ଏବେଠୁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍‌ । ହକି ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ। ଏଥର ହକି ଲିଗରେ ଖେଳିବେ ଏକାଧିକ ଓଡ଼ିଆ । ତେବେ ବିଭିନ୍ନ ଫ୍ରାଞ୍ଚାଇଜରେ ଖେଳାଳି ଖେଳିବାକୁ ଥିବାରୁ ହକି ଇଣ୍ଡିଆ ଲିଗ ମ୍ୟାଚ ପାଇଁ ବଢୁଛି ଉତ୍ସାହ।

ସବୁଠାରୁ ବଡ଼ କଥା ହେଉଛି ଏହି ଟୁର୍ଣ୍ଣାମେଣ୍ଟରେ ଦର୍ଶକ ମାନଙ୍କ ପାଇଁ ଟିକେଟ ମାଗଣା କରାଯାଇଛି । ତେବେ ତିନୋଟି ରାଜ୍ୟରେ ହକି ପାଇଁ ଟିକେଟ ଫ୍ରି’ କରାଯାଇଛି । ଦର୍ଶକମାନେ ଆସି ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଅପିଲ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ତେବେ କଳିଙ୍ଗ ଷ୍ଟାଡିଅମରେ ପୁଣି ଥରେ ହକି ଫେରିବା ପରେ ଉତ୍ସାହିତ ଅଛନ୍ତି ଖେଳାଳି । ଏହା ଦ୍ୱାରା ଅନେକ କ୍ରୀଡ଼ାବିତ ସୃଷ୍ଟି ହେଉଥିବା ଯୋଗୁଁ ହକି ଇଣ୍ଡିଆ ଲିଗ (HIL) ଉପରେ ରହିଛି ବେଶୀ ଫୋକସ । ସାରା ଦେଶରେ ଏବେ ଲିଗ୍ ଗେମର ଡିମାଣ୍ଡ ରହିଛି । ବିଭିନ୍ନ କ୍ରୀଡାରେ ଏବେ ଆୟୋଜିତ ହେଉଛି ଏହି ଲିଗ୍‌ । ତେବେ ସେହି ରାହାରେ ଆଗକୁ ବଢୁଥିବା HIL ଭୁବନେଶ୍ବରରେ କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score