Explore

Search

April 2, 2026 7:42 pm

ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ : ଦୋହଲିଗଲା ବଡ ବଡ ଘର

ହଟାତ୍ ସକାଳୁ ଫିଲିପାଇନ୍ସରେ ଅନୁଭୂତ ହୋଇଛି ଭୟଙ୍କର ଭୂମିକମ୍ପ। ସକାଳୁ ସକାଳୁ ଭୂକମ୍ପର ଜୋରଦାର ଝଟକାରେ ସାରା ଅଞ୍ଚଳ କମ୍ପିଉଠିଥିଲା। ଲୋକମାନେ ଭୟଭୀତ ହୋଇ ତୁରନ୍ତ ନିଜ ଘର ଛାଡ଼ି ବାହାରକୁ ଚାଲି ଯାଇଥିଲେ। ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମାପା ଯାଇଛି । ତଥାପି, ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ କୌଣସି ପ୍ରାଣହାନି କିମ୍ବା ବଡ଼ ପ୍ରକାରର କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।

ପ୍ରଶାନ୍ତ ମହାସାଗରର “ରିଙ୍ଗ୍ ଅଫ୍ ଫାୟାର” ଅଞ୍ଚଳରେ ଅବସ୍ଥିତ ଫିଲିପାଇନ୍ସରେ ସର୍ବଦା ଆଗ୍ନେୟଗିରି ଓ ଭୂକମ୍ପ ସକ୍ରିୟତା ଦେଖାଯାଏ। ଏହି ଅଞ୍ଚଳରେ ଟେକ୍ଟୋନିକ ପ୍ଲେଟମାନଙ୍କର ମିଳନ ଓ ଚଳନ ହେଉଥିବାରୁ ଭୂକମ୍ପର ସମ୍ଭାବନା ଅଧିକ ରହେ। ଗତ ଅକ୍ଟୋବର ୨୦୧୩ ମସିହାରେ ଫିଲିପାଇନ୍ସରେ ଘଟିଥିବା ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ୭.୧ ଥିଲା । ଯେଉଁଥିରେ ୨୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହାପରେ ମଧ୍ୟ ବହୁବାର ଭୂକମ୍ପର ଝଟକା ଅନୁଭୂତ ହୋଇଆସୁଛି । ତେବେ, ସମ୍ପ୍ରତି ଘଟିଥିବା ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି, ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score