Explore

Search

February 28, 2026 7:15 am

ଫିଟିଲା ଭାଗ୍ୟ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଅଧିନାୟକ ପଦ

ବର୍ଷ ଆରମ୍ଭରୁ ବଡ ସୁଯୋଗ । ଫିଟିଲା ଭାଗ୍ୟ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଅଧିନାୟକ ପଦ। କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସମ୍ଭାଳିବେ ଅଧିନାୟକ ପଦ । ୧୯ ବର୍ଷରୁ କମ ଦଳର ଦାୟିତ୍ୱ ଗ୍ରହଣ କରିବା ପରେ ନୀଳ ରଙ୍ଗରେ ବର୍ଷର ପ୍ରଥମ ମ୍ୟାଚ ଖେଳିବେ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ। ଏହି ଗସ୍ତରେ, ତିନିଟି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯିବ । ଯେଉଁଥିରେ ମିଳିଛି ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଧିନାୟକ ପଦ ।

ନିଜର ଚମତ୍କାର ବ୍ୟାଟିଂ ପାଇଁ ବେଶ ଜଣାଶୁଣା ବୈଭବ ସୂର୍ଯ୍ୟବଂଶୀ ବର୍ଷ ଆରମ୍ଭରୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ବୈଭବଙ୍କ ବ୍ୟାଟିଂ ସାରା ବିଶ୍ବ ଦେଖିଥିବା ବେଳେ ଏବେ ଅଧିନାୟକ ପଦରେ ତାଙ୍କର ପ୍ରଦର୍ଶନ କିଭଳି ରହିବ ତା’ଉପରେ ରହିଛି ସମସ୍ତଙ୍କ ନଜର । ବିଶ୍ବକପ ପୂର୍ବରୁ ଭାରତ ତିନୋଟି ଏକଦିବସୀୟ ମ୍ୟାଚ ଖେଳିବ । ଯାହାର ଅଧିନାୟକ ପଦ ସମ୍ଭାଳିବେ ବୈଭବ ସୂର୍ଯ୍ୟବଂଶୀ । ଏହା ତାଙ୍କ କ୍ୟାରିୟରରେ ପ୍ରଥମ ଥର ହେବ ଯେ ସେ ଭାରତୀୟ ୧୯ ବର୍ଷରୁ କମ ଦଳର ଅଧିନାୟକ ହେବେ । ଏହା ବ୍ୟତୀତ, ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଡେବ୍ୟୁ ମ୍ୟାଚ ସହ ପ୍ରଥମ ଥର ପାଇଁ ସେ ଆଫ୍ରିକା ମାଟିରେ ଖେଳିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score