ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ “ମୋଦୀ ଯୁବା ମାରାଥନ୍”। ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାରାଥନର ଆୟୋଜନ କରାଯିବ।
ସେପ୍ଟେମ୍ବର ୨୧ ସକାଳ ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମରୁ ବାହାରି ଜନତା ମଇଦାନ ଯାଏ ମାରାଥନ ଆୟୋଜନ କରାଯିବ। ଏଥିରେ ପ୍ରାୟ ୧୦ ହଜାର ଯୁବବର୍ଗ ସାମିଲ ହେବା ଲକ୍ଷ୍ୟ ରହିଛି।
ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ମାରାଥନର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ଯୁବପିଢ଼ି କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ବିଜେପି ଯୁବ ମୋର୍ଚ୍ଚା ଆହ୍ୱାନ ଦେଇଛି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
