Explore

Search

January 14, 2026 2:27 am

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ଭୁବନେଶ୍ୱର: ନୂଆ ବର୍ଷରେ ଓଡ଼ିଶାକୁ ମିଳିଲା ନୂଆ ଶାସନ ସଚିବ । ଶ୍ରୀମତୀ ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବାପରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀମତୀ ଅନୁ ଗର୍ଗ ଦାୟିତ୍ୱ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଶ୍ରୀମତୀ ଅନୁ ଗର୍ଗ।

ତେବେ ଓଡ଼ିଶା ଇତିହାସରେ ଜଣେ ମହିଳାଙ୍କ ହାତକୁ ଯାଇଛି ମୁଖ୍ୟ ଶାସନ ସଚିବ ପଦବୀ । ଉନ୍ନୟନ କମିଶନର ଥିବା ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆଜି ସରିଛି । ଏହି ଅବସରରେ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହାସହ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଶାକୁ ବିଜେପି ସରକାର ନୂଆ କରି ଆସିଛି । ଆଉ ଏହି ସମୟରେ ପ୍ରଶାସନ କଳକୁ କିଭଳି ଭାବରେ ନୂଆ ଢାଞ୍ଚାରେ ନେବାକୁ ହେବ ତାହା ଶ୍ରୀମତୀ ଅନୁ ଗର୍ଗଙ୍କ ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ । କାର୍ଯ୍ୟକାଳ ଭିତରେ ପ୍ରଶାସନିକ ବ୍ୟବସ୍ଥାକୁ କିଭଳି ଭାବେ ଲକ୍ଷ୍ୟ ଭିତ୍ତିକ କରିବା ଏବଂ ସବୁ କ୍ଷେତ୍ରରେ କିଭଳି ଟେକ୍ନୋଲୋଜିର ବ୍ୟବହାର ହୋଇପାରିବ ତା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଅନ୍ୟପକ୍ଷରେ ଓଡ଼ିଶାରେ ନୂଆ କରି ଗଢ଼ିଥିବା ବିଜେପି ସରକାର ଉପରେ ଲୋକଙ୍କ ଆଶା ଭରସା ଅଧିକ ରହିଛି । କିଭଳି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରା କରିବେ ସେ ଦିଗରେ ମଧ୍ୟ ପ୍ରାୟ ଦେଢ଼ ବର୍ଷ ଧରି ପ୍ରୟାସ କରିଆସିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score