ଭୁବନେଶ୍ୱର : ସରି ସରି ଆସୁଛି ୨୦୨୫ । ଆଉ ଦିନ କେଇଟା ପରେ ଦୁନିଆ ଦେଖିବ ନୂଆ ସକାଳ ନୂଆ ବର୍ଷ-୨୦୨୬। ତେବେ ଆଗାମୀ ନୂଆବର୍ଷ ପରିବାର ପାଇଁ କେମିତି ମଙ୍ଗଳମୟ ହେବ ସେଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଶହଶହ ଭକ୍ତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି ଭକ୍ତମାନେ । ଏଥିପାଇଁ ଆଜିଠୁ ଶ୍ରୀମନ୍ଦିର ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ । ନୂଆବର୍ଷ ଯେତିକି ପାଖଉଛି ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଆଗମନ ସେତିକି ବୃଦ୍ଧି ପାଇବାରେ ଲାଗିଛି । ପର୍ଯ୍ୟଟକମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମେତ ପୁରୀ ବେଳାଭୂମିରେ ବୁଲାବୁଲି କରି ବେଶ ଆନନ୍ଦ ନେଉଛନ୍ତି ।
ସହରରେ ସୁରକ୍ଷା ବ୍ୟବସ୍ଥା :
ଅନ୍ୟପକ୍ଷରେ ଆଗାମୀ ନୂଆ ବର୍ଷରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଏବେ ଠୁ କଡ଼ାକଡ଼ି କରାଯାଇଛି । ଏନେଇ ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବେ ବୋଲି ସୂଚନାରୁ ପ୍ରକାଶ । ଭିଡ଼ ପରିଚାଳନା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଶ୍ରୀମନ୍ଦିର, ବଡ଼ ଦାଣ୍ଡ ଏବଂ ସମୁଦ୍ର ବେଳାଭୂମି ଅଞ୍ଚଳ ସମେତ ରଣନୈତିକ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।
ପୋଲିସ ଦଳ ଗୁଡ଼ିକ ମଧ୍ୟ ଭକ୍ତମାନଙ୍କୁ ସହାୟତା କରୁଛନ୍ତି । ଭିଡ଼ ଗତିବିଧି ଉପରେ ନଜର ରଖିଛନ୍ତି । ଯେକୌଣସି ଅପ୍ରୀତିକର ଘଟଣାର ତୁରନ୍ତ ପ୍ରତିକ୍ରିୟା ଦେବା ପାଇଁ ହାଇ ଆଲର୍ଟ ରହିଛନ୍ତି । ପର୍ବପର୍ବାଣୀ ସମୟରେ ସାଧାରଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନଜରକୁ ଦୃଢ଼ କରାଯାଇଛି । ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଚନ୍ଦ୍ରଭାଗା, ରାମଚଣ୍ଡୀ, ପିରଯାହାନିଆ, ସାତପଡ଼ାରେ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳୁଛି ।
ଅନ୍ୟପକ୍ଷରେ ଭକ୍ତମାନଙ୍କ ସୁବିଧା ପାଇଁ ଓ କିଭଳି ସେମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିପାଇଁ ଶ୍ରୀ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି। ଅଭିଜ୍ଞ ପୋଲିସ ଅଧିକାରୀ ରହି ଭିଡକୁ ନିୟନ୍ତ୍ରଣ କରୁଛନ୍ତି। ଶ୍ରୀ ମନ୍ଦିର ଭିତରେ ଦର୍ଶନ ବେଳେ ଯେପରି ଠେଲାପେଲା ସ୍ଥିତି ନହୁଏ ସ୍ବତନ୍ତ୍ର ପୋଲିସ ଟିମ ରଖାଯାଇ ଭିଡ ନିୟନ୍ତ୍ରଣ କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
