Explore

Search

January 8, 2026 4:45 am

ପୁଣି ଦୁଲକିବ ଗୋପାଳପୁର ବେଳାଭୂମି, ତଦାରଖ କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଆଉ ମାତ୍ର କେଇଦିନର ଅପେକ୍ଷା । ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ । ୫ଦିନ ବ୍ୟାପି ଚାଲିବାକୁ ଥିବା ଏହି ମହୋତ୍ସବ ୨୬ ତାରିଖରେ ଶେଷ ହେବ । ଏନେଇ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ସରିଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ସଭାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି ସ୍ଥିତି । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର, କମିଶନର ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଏସପି ଡ଼. ଶରବଣା ବିବେକ ଏମ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ସଭାସ୍ଥଳ ବୁଲିବା ସହ ସବୁ ସ୍ଥାନର ସ୍ଥିତି ଯାଞ୍ଚ କରିଥିଲେ । ଏହାସହ ମହୋତ୍ସବ ସ୍ଥଳରେ ଯେପରି କୌଣସି ଅସୁବିଧା ନଉପୁଜେ ସେଥିପାଇଁ ଶୌଚାଳୟ, ଆଲୋକୀକରଣ, ପାନୀୟଜଳର ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

ସେହିପରି ଟ୍ରାଫିକ ସମସ୍ୟା, ପାର୍କିଙ୍ଗ ବ୍ୟବସ୍ଥା ସହ ଦର୍ଶକମାନେ କିଭଳି ସୁବିଧାରେ ବୁଲିବେ ଓ ସବୁ ଜିନିଷର କିପରି ଉପଭୋଗ କରିପାରିବେ ସେଥିପ୍ରତି ମଧ୍ୟ ଆଲୋଚନା କରିଥିଲେ । ଖାଲିସେତିକି ନୁହେଁ ଜିଲ୍ଲାପାଳ ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରି ସୁପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗହଳି ସମୟରେ ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସିସି କ୍ୟାମେରା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score