Explore

Search

January 15, 2026 7:53 pm

ପୁଣି ଟ୍ରମ୍ପ କଲେ ବାଚାଳାମୀ , ୭୫ଟି ଦେଶର ଭିସାକୁ କଲେ ରଦ୍ଦ

ଆମେରିକା : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ଓ କଠୋର ବୈଦେଶିକ ନୀତିକୁ ନେଇ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକ ସମୟରେ ବିଶ୍ୱ ଶାନ୍ତିକୁ ନେଇ ଆଶାବାଦୀ ମନ୍ତବ୍ୟ ଦେଉଥିବା ଟ୍ରମ୍ପ ବର୍ତ୍ତମାନ ଆକ୍ରୋଶମୂଳକ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । ତାଙ୍କ କଥାବାର୍ତ୍ତା ଓ କାର୍ଯ୍ୟ ପଦ୍ଧତିକୁ ନେଇ କେତେକ ଦେଶ ସାର୍ବଜନୀନ ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଟ୍ରମ୍ପ ପ୍ରଶାସନ ଆମେରିକାର ଇମିଗ୍ରେସନ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି । ଆସନ୍ତା ଜାନୁଆରୀ ୨୧ ଠାରୁ ଋଷ, ଇରାନ, ଆଫଗାନିସ୍ତାନ, ବ୍ରାଜିଲ ସମେତ ପ୍ରାୟ ୭୫ଟି ଦେଶର ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଏହାସହ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କନସୁଲାର ଅଧିକାରୀମାନଙ୍କୁ ଭିସା ଆବେଦନ ଯାଞ୍ଚରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ।

ଭିସା ଯାଞ୍ଚ ସମୟରେ ‘ପବ୍ଲିକ ଚାର୍ଜ’ ନୀତିକୁ ଅଧିକ କଠୋର ଭାବରେ ଲାଗୁ କରାଯିବ । ଏହା ଅନୁସାରେ ଆବେଦକଙ୍କ ଆର୍ଥିକ ସ୍ଥିରତା ଓ ସାମାଜିକ ଦାୟିତ୍ୱକୁ ପ୍ରମୁଖ ମାନଦଣ୍ଡ ଭାବେ ଧରାଯିବ । ସୋମାଲିଆ, ଇରାନ, ଇରାକ, ମିଶର, ନାଇଜେରିଆ, ଥାଇଲ୍ୟାଣ୍ଡ, ୟେମେନ ସହିତ ଅନେକ ଦେଶ ଉପରେ ଏହି ନିୟମ ପ୍ରଭାବୀ ହେବ ବୋଲି ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶ ତାଲିକା ସରକାରୀଭାବେ ପ୍ରକାଶ ପାଇନାହିଁ ।

ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ଦେଖାଯାଉଛି । ଇରାନରେ ଚାଲୁଥିବା ପ୍ରଦର୍ଶନ ଓ ହିଂସାକୁ ନେଇ ଆନ୍ତର୍ଜାତୀୟ ସମୁଦାୟ ଗଭୀର ଚିନ୍ତା ପ୍ରକାଶ କରିଛି । ଗତ ଡିସେମ୍ବର ଶେଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ମିଳିଛି । ଏହି ପରିସ୍ଥିତିରେ ଆମେରିକା ପକ୍ଷରୁ ଇରାନ ଉପରେ କୂଟନୈତିକ ଓ ରାଜନୈତିକ ଚାପ ବଢ଼ାଯାଉଛି ।

ଭେନେଜୁଏଲା ପରେ ଇରାନକୁ କେନ୍ଦ୍ର କରି ଟ୍ରମ୍ପ ପ୍ରଶାସନ ନୂଆ ବୈଦେଶିକ ରଣନୀତି ତିଆରି କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାସହ କ୍ୟୁବା ଓ ଅନ୍ୟ କିଛି ଦେଶରେ ରାଜନୈତିକ ପରିବର୍ତ୍ତନ ନେଇ ଅନୁମାନ ଆରମ୍ଭ ହୋଇଛି । ବିଶ୍ଳେଷକମାନଙ୍କ ମତରେ, ଟ୍ରମ୍ପଙ୍କ ଏହି କଠୋର ବୈଦେଶିକ ନୀତି ଆଗାମୀ ଦିନରେ ବିଶ୍ୱ ରାଜନୀତିକୁ ନୂଆ ଦିଗରେ ନେଇଯାଇପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score