Explore

Search

February 16, 2026 12:57 am

ପୁଣିଥରେ ଖସିଲା ସେନସେକ୍ସ

Business News

ପୁଣିଥରେ ଷ୍ଟକ ମାର୍କେଟ କୁ ଲାଗିଛି ବଡ ଝଟକା। ସୋମବାର ପରି ମଙ୍ଗଳବାର ମଧ୍ୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ୧୬୬ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟି ୬୩ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ତେବେ ସୂଚନା ଥାଉ କି ପୂର୍ବ ତୁଳନାରେ ଏହା କମ ରହିଛି ଏବଂ ସ୍ଥିତିରେ କିଛି ଉନ୍ନତି ମଧ୍ୟ ପରିଲକ୍ଷିତ ହୋଇଛି।

ଗୋଟିଏ ଦିନ ମଧ୍ୟରେ ସେନସେକ୍ସରେ ୧୧୦୦ନିଫ୍ଟିରେ ୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଥିଲା । ତେବେ ବଜାର ବନ୍ଦ ହେବା ସମୟକୁ ପୁଣି ସୂଚକାଙ୍କ ଗୁଡ଼ିକ ନିମ୍ନଗାମୀ ହୋଇଥିଲେ । ବଜାର ବନ୍ଦ ବେଳକୁ ସେନସେକ୍ସ ୧୬୬.୩୩ ପଏଣ୍ଟ ବା ୦.୨୧ ପ୍ରତିଶତ ହ୍ରାସ ପାଇ ୭୮,୫୯୩.୦୭ ରେ ପହଞ୍ଚିଥିବା ବେଳେ ନିଫ୍ଟି ୬୩.୦୫ ପଏଣ୍ଟ ବା ୦.୨୬ ପ୍ରତିଶତ ହ୍ରାସ ପାଇ ୨୩,୯୯୨.୫୫ରେ ପହଞ୍ଚିଛି।

ତେବେ ବିଶ୍ବ ବଜାରର ମାନ୍ଦା ଅବସ୍ଥା ତଥା ବାଂଲାଦେଶ ସଂକଟ ଆଦି ହେତୁ ଷ୍ଟକ ମାର୍କେଟ ରେ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score