Explore

Search

February 28, 2026 11:59 am

ଆମୋଦଦାୟକ ହେବ ଶୈଶବ ଶିକ୍ଷା: ରାଜ୍ୟର ୪୫ ହଜାର ସ୍କୁଲ୍‌କୁ ମିଳିବ ‘ଯାଦୁପେଡ଼ି’

ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ ‘ଯାଦୁପେଡ଼ି’ ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ କିଟ୍।

‘ଯାଦୁପେଡ଼ି’ ପିଲାମାନଙ୍କୁ ପସନ୍ଦ ହେଲା ଭଳି ପୁସ୍ତକ, ପୁସ୍ତିକା, ଚିତ୍ର ସଂକଳନ ରହିଛି। ଏହିସବୁ ଜିନିଷ ମାଧ୍ୟମରେ ଛୋଟପିଲାମାନଙ୍କର ଗଣିତ, ସାଧାରଣ ବିଜ୍ଞାନ, ‌ଭୂଗୋଳ, ସାଧାରଣଜ୍ଞାନ ବଢ଼ାଇଲା ଭଳି ବିଷୟ ବସ୍ତୁ ରହିଛି। ପିଲାମାନେ ପାଠକୁ ଯେପରି ବେଝା ନଭାବି ଆମୋଦଦାୟକ ଭାବିବେ, ସେଥି ପାଇଁ ଏନ୍‌ସିଇଆରଟି ପକ୍ଷରୁ ଉଦ୍ୟମ କରାଯାଇଛି।

ଏନ୍‌ସିଇଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟ୍‌କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ। ଏଥି ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ବାଟିକା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡ଼ି ଦେଖିବା ସହ ପିଲାମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ପାଇଁ ଏହା ଖୁବ ଉପଯୋଗୀ ହେବ ବୋଲି କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score