ଭୁବନେଶ୍ୱର : ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନୋରମ ଜଳପ୍ରପାତ ପାଇଁ ପ୍ରସିଦ୍ଧ । ରାଜ୍ୟର ଅନ୍ୟତମ ୫ଟି ପ୍ରମୁଖ ଜଳପ୍ରପାତ ହେଲା କୋରାପୁଟର ଡୁଡୁମା, କେନ୍ଦୁଝରର ସାନଘାଘରା ଓ ବଡ଼ଘାଘରା, ମୟୂରଭଞ୍ଜର ବରେହିପାଣି, ଏବଂ କଳାହାଣ୍ଡିର ପୁରୁଣାପାଣି । ଏଠାରେ ଶୀତ ଓ ଖରା ଦିନରେ ଜମେ ପର୍ଯ୍ୟଟକଙ୍କ ଭିଡ ।
ସାନଘାଗରା ଜଳପ୍ରପାତ :
କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି ହୋଇ ପଡ଼ିଥାଏ। ଏହି ଜଳପ୍ରପାତ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ବରେହିପାଣି :
ମୟୂରଭଞ୍ଜ ଜିଲାର ଶିମିଳିପାଳ ଭିତରେ ରହିଛି ମନୋରମ ବରେହିପାଣି ଜଳପ୍ରପାତ। ଭାରତର ଦ୍ୱିତୀୟ ବୃହତ୍ତମ ଜଳପ୍ରପାତର ମାନ୍ୟତା ପାଇଥିବା ବରେହିପାଣି ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୩୯୯ ମିଟର (୧୩୦୯ ଫୁଟ) ଉଚ୍ଚରୁ ପାଣି ପଡୁଥିବା ବେଳେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ।
ମାଛକୁଣ୍ଡ (ଡୁମୁଡୁମା)
ଡୁମୁଡୁମା ଜଳ ପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏକ ସୁନ୍ଦର ଝରଣା। ଏହା ମାଛକୁଣ୍ଡ ନଦୀ ଉପରେ ରହିଛି। ଉଚ୍ଚ ପାହାଡ଼ ଉପରୁ ପାଣି ଝରିପଡ଼ି ଅତ୍ୟନ୍ତ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରେ।
ଏହି ଝରଣା ପ୍ରାୟ ୧୫୦ ମିଟର ଉଚ୍ଚତାରୁ ପଡ଼େ। ବର୍ଷା ଋତୁରେ ପାଣିର ପ୍ରବାହ ବଢ଼ିଯାଏ ଓ ଦେଖିବାକୁ ଆହୁରି ସୁନ୍ଦର ଲାଗେ। ପ୍ରକୃତିକୁ ଭଲପାଉଥିବା ଲୋକମାନେ ଏଠାକୁ ଘୁରିବାକୁ ଆସନ୍ତି ।
ଡୁମୁଡୁମା ନିକଟରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି, ଯାହା ରାଜ୍ୟକୁ ବିଦ୍ୟୁତ୍ ସରବରାହ କରେ। ପାହାଡ଼, ଜଙ୍ଗଲ ଓ ଝରଣାର ମିଶ୍ରଣ ଏହି ସ୍ଥାନକୁ ଖୁବ ସୁନ୍ଦର କରିଛି । ପର୍ଯ୍ୟଟନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୁମୁଡୁମା ଜଳ ପ୍ରପାତ ଓଡ଼ିଶାର ଗର୍ବ ।
ପ୍ରଧାନପାଟ :
ପ୍ରଧାନପାଟ ଜଳ ପ୍ରପାତ ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ସୁନ୍ଦର ଝରଣା। ଏହା ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବାରୁ ପର୍ଯ୍ୟଟକମାନେ ସହଜରେ ଏଠାକୁ ପହଞ୍ଚି ପାରନ୍ତି । ଏହି ଜଳ ପ୍ରପାତ ଝରଣା ପାହାଡ଼ ଉପରୁ ପଡ଼ି ବହୁ ଧାରାରେ ତଳକୁ ଝରିପଡ଼େ। ବର୍ଷା ଋତୁରେ ଏହାର ସୌନ୍ଦର୍ଯ୍ୟ ଅଧିକ ବଢ଼ିଯାଏ। ପାଖପାଖିରେ ହରିତ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ମନକୁ ଖୁସି କରେ।
ଏଠାରେ ପିକନିକ୍ ପାଇଁ ଭଲ ବ୍ୟବସ୍ଥା ରହିଛି। ଶୀତ ଓ ଗ୍ରୀଷ୍ମ ଋତୁରେ ଅଧିକ ଲୋକ ଏଠାକୁ ବୁଲିବାକୁ ଆସନ୍ତି। ପ୍ରକୃତିକୁ ଭଲପାଉଥିବା ଲୋକଙ୍କ ପାଇଁ ପ୍ରଧାନପାଟ ଜଳପ୍ରପାତ ଏକ ଆଦର୍ଶ ସ୍ଥାନ। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ସୁନ୍ଦର ଉଦାହରଣ ହେଉଛି ପ୍ରଧାନପାଟ ଜଳ ପ୍ରପାତ। ଏହି ଜଳପ୍ରପାତରେ ୭ଟି କୁଣ୍ଡ ଦେଇ ଜଳ ପ୍ରବାହିତ ହୋଇଥାଏ। ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ।
ପୁତୁଡି :
କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ୧୫ କି.ମି. ଦୂରରେ ରହିଛି ପୁତୁଡି ଜଳପ୍ରପାତ। ଏଠାରେ ପ୍ରାୟ ୩୦ ଫୁଟ ଉପରୁ ପାଣି ପଡୁଛି। ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହି ଜଳପ୍ରପାତର ପାଣି ବାବା ସାଲୁକି ନଦୀରେ ମିଶିଛି।
ଓଡ଼ିଶା ପାହାଡ଼, ଜଙ୍ଗଲ ଓ ନଦୀରେ ଭରିଥିବା ଏକ ସୁନ୍ଦର ରାଜ୍ୟ। ଏଠାରେ ଅନେକ ଛୋଟ ବଡ଼ ଝରଣା ରହିଛି। ବର୍ଷା ଋତୁରେ ଏହି ଝରଣାମାନେ ଆହୁରି ସୁନ୍ଦର ଲାଗେ। ପାହାଡ଼ ଉପରୁ ପାଣି ଝରିପଡ଼ି ମନକୁ ଖୁସି କରେ। ଯାହା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥାଏ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
