Explore

Search

January 14, 2026 9:27 am

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଜଷ୍ଟିସ ସୁଶୀଳା କାର୍କି

ବର୍ତ୍ତମାନର ପରିସ୍ଥିତି ଉପରେ ସମୀକ୍ଷା କରି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସୁଶୀଳା କାର୍କି। ଗତକାଲି ନୂଆ କରି ତିଆରି ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଲଡିଂରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୭୨ ବର୍ଷ ସୁଶୀଳା ୨୦୧୬ରେ ନେପାଳର ପ୍ରଥମ ତଥା ଏକମାତ୍ର ମହିଳା ଭାବେ ପ୍ରଧାନ ବିଚାପତି ପଦ ସମ୍ଭାଳିଥିଲେ।

ଏବେ ଦେଶରେ ବିଧିବଦ୍ଧ ନିର୍ବାଚନ ନ ହେବା ଯାଏ ସେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାମ କରିବେ। ସେହିପରି ସେ ଦେଶର ଶାସନ ନୀତିକୁ ପରିଚାଳନା କରିବା ପାଇଁ ସେ ସ୍ୱତନ୍ତ୍ର ଟିମ ଗଠନ କରିବେ। ଏଥିରେ ଯୁବଗୋଷ୍ଠୀଙ୍କୁ ଅଧିକ ସୁଯୋଗ ମିଳିବ। ସେହିପରି ସେ ନିଯୁକ୍ତି ଉପରେ ମଧ୍ୟ କାମ କରିବେ ବୋଲି ଯୁବଗୋଷ୍ଠୀ ଆଶା ରଖିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score