Explore

Search

December 29, 2025 7:49 pm

ନୂଆବର୍ଷ ପାଇଁ ଲାଗିଲା କଟକଣା : ରାତି ୧୨ ପରେ ବାଜିବନି ମ୍ୟୁଜିକ୍

ଭୁବନେଶ୍ଵର: ଆସୁଛି ନୂଆବର୍ଷ । ଏହି ନୂଆବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ସବୁଠି ଭରି ରହିଛି ଉତ୍ସାହ । ହେଲେ ଏହାରି ଭିତରେ ପୋଲିସ ତରଫରୁ ଜାରି ହୋଇଛି କଡା ନିର୍ଦ୍ଦେଶନାମା । ଟୁଇନ ସିଟିରେ ଏଥର ଜିରୋ ନାଇଟ ସେଲିବ୍ରେସନକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଆସିଛି ନୂଆ ନିୟମ। ଆଉ ଏହି ନିୟମକୁ ସମସ୍ତଙ୍କୁ ମାନିବାକୁ । ଆଉ ଖିଲାପ କଲେ କମିଶନରେଟ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ କମିଶନରେଟ ପୋଲିସ ୫ଟି ଜୋନରେ ଭିନ୍ନଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ଦେଇଛି । କଟକ-ଭୁବନେଶ୍ୱରରେ ଜିରୋ ନାଇଟ ପାଳନ ସମୟରେ କମିଶନରେଟ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ ପରିଚାଳନାକୁ ଧ୍ୟାନ ଦେବ ।

ଏଥିପାଇଁ ନୂଆବର୍ଷ ସେଲିବ୍ରେସନ କରୁଥିବା ହୋଟେଲ, କ୍ଲବ ଭଳି ବିଭିନ୍ନ ସ୍ଥାନକୁ କମିଶନରେଟ ପୋଲିସ ଚିହ୍ନଟ କରିବ। ହୋଟେଲର ସବୁ କିଛିର ତଥ୍ୟ ରହିବ ପୋଲିସ ପାଖରେ । ଏପରିକି ଯେଉଁ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ହେବ ସେଥିପାଇଁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ଠାରୁ ଆୟୋଜନକାରୀ ଅନୁମତି ନେବେ । କେଉଁମାନେ ହୋଟେଲକୁ ଆସିବେ କିଏ ଅଂଶ ଗ୍ରହଣକାରୀ ରହିବେ ସମସ୍ତଙ୍କ ବାବଦରେ ତଥ୍ୟ ଦେବେ ହୋଟେଲ ଦାୟିତ୍ୱରେ ଥିବା ବ୍ୟକ୍ତି ।

ନୂଆବର୍ଷ ପାଳନ ବେଳେ ସମ୍ବେଦନଶୀଳ ଅଞ୍ଚଳ ପ୍ରତି ପୋଲିସର ରହିବ ଯାଞ୍ଚ ପ୍ରକ୍ରିୟା । ଯେପରିକି ପାର୍କ, ରେଷ୍ଟୁରାଣ୍ଟ, କଲେଜ, ବସ୍ତି ଆଦି ଅଞ୍ଚଳରେ କଡ଼ାକଡ଼ି ହେବ ପାଟ୍ରୋଲିଂ। ମହିଳା ଓ ଛୁଆଙ୍କ ସୁରକ୍ଷିତ ଯାତ୍ରା ପାଇଁ ବିଶେଷ ଧ୍ୟାନ ଦିଆଯିବ । ଆଉ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ରାସ୍ତା କଡ଼ରେ କୌଣସି ପ୍ରକାର ସେଲିବ୍ରେସନ, ଏକାଠି ହେବା, ଅସ୍ଥାୟୀ ମଞ୍ଚ ଏବଂ ମ୍ୟୁଜିକ ଲଗାଇବାକୁ ଅନୁମତି ଦିଆଯିବ ନାହିଁ । ଏପରିକି ରାତି ୧୨ଟା ପରେ କେଉଁଠି ମ୍ୟୁଜିକ ବାଜିବ ନାହିଁ । ଏସବୁ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score