Explore

Search

January 14, 2026 10:29 pm

“ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା” ସମ୍ମାନରେ ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ପୁଣି ବିଶ୍ଵ ଦରବାରରେ ଭାରତକୁ ମିଳିଲା ଆନ୍ତର୍ଜାତିକ ସମ୍ମାନ l

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା’ରେ ସମ୍ମାନିତ କରିଛନ୍ତି ଘାନାର ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା। ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୃଢ଼ ନେତୃତ୍ବକୁ ସ୍ୱୀକୃତି ଦେବା ଉପଲକ୍ଷେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ବୁଧବାର ୫ ରାଷ୍ଟ୍ର ଗସ୍ତର ପ୍ରଥମ ଦିନରେ ଘାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିବା ବେଳେ ଦୁଇ ଦିନିଆ ଘାନା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଘାନା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ରାଷ୍ଟ୍ରପତି ଜନ ଡ୍ରାମାନି ମହାମା। ମୋଦିଙ୍କୁ ୨୧ ତୋପି ସଲାମି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଛି।

ଘାନାର ରାଷ୍ଟ୍ରପତି ଜନ ମହାମାଙ୍କ ଦ୍ୱାରା ଆକ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କର ନେତୃତ୍ବକୁ ସ୍ୱୀକୃତି ଦେବା ପାଇଁ ପ୍ରଦାନ କରାଯାଇଛି। ମୋଦି ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ଏହାକୁ ଭାରତ-ଘାନା ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score