Explore

Search

March 11, 2026 8:04 pm

ଦକ୍ଷିଣ ଓଡ଼ିଶାରେ ଋତୁସ୍ରାବ ସ୍ୱାସ୍ଥ୍ୟ ନେଇ ସଚେତନତା ଅଭିଯାନ

ବ୍ରହ୍ମପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଓ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (TPSODL) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୮ଟି ଜିଲ୍ଲାର ୧୦ ହଜାରରୁ ଅଧିକ କିଶୋରୀ ଓ ମହିଳାଙ୍କୁ ଋତୁସ୍ରାବ ସମ୍ପର୍କିତ ସଠିକ ସୂଚନା ଓ ସ୍ୱଚ୍ଛତା ଅଭ୍ୟାସ ବିଷୟରେ ସଚେତନ କରାଯାଇଛି ।

ଏଥିରେ ଋତୁସ୍ରାବ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଅଭ୍ୟାସ ଓ ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସରଳ ଓ ବୈଜ୍ଞାନିକ ଭାବରେ ବୁଝାଇଥିଲେ । ଏହାସହ ଗଞ୍ଜାମ, କୋରାପୁଟ, କନ୍ଧମାଳ, ମାଲକାନଗିରି, ବୌଦ୍ଧ ଓ ନବରଙ୍ଗପୁର ସହିତ ଅନ୍ୟାନ୍ୟ ଜିଲ୍ଲାରେ ମହିଳାମାନଙ୍କ ପାଇଁ ୧୨ଟି ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମ ସମୟରେ ମହିଳାମାନଙ୍କୁ ଋତୁସ୍ରାବ ସ୍ୱଚ୍ଛତା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା । କିଟ ଗୁଡ଼ିକରେ ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ, ହ୍ୟାଣ୍ଡ ଟାୱେଲ, ତରଳ ସାବୁନ, ସାନିଟାଇଜର ଓ ସୂଚନାମୂଳକ ଲିଫଲେଟ ରହିଥିଲା।

ଏହି ସଚେତନତା ଅଭିଯାନରେ ଗଞ୍ଜାମରୁ ସର୍ବାଧିକ ୧,୫୩୦ ଜଣ ସାମିଲ ହୋଇଥିଲେ। ଏହି ପଦକ୍ଷେପ ମାଧ୍ୟମରେ ସମାଜ ମଧ୍ୟରେ ଖୋଲା ଆଲୋଚନା ଓ ସଚେତନତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଦକ୍ଷିଣ ଓଡ଼ିଶାର ଦୁର୍ଗମ ଓ ଜନଜାତିବହୁଳ ଅଞ୍ଚଳରେ ରହୁଥିବା ମହିଳା ଓ କିଶୋରୀମାନଙ୍କ ପାଖକୁ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, କମ୍ୟୁନିଟି ହଲ୍ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିବେଶନ ଆୟୋଜିତ ହୋଇଥିଲା।

ମୋଟ ୭୭ଟି ସଚେତନତା ଅଧିବେଶନ ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୧୨ଟି, କୋରାପୁଟରେ ୧୧ଟି ଓ ମାଲକାନଗିରିରେ ୧୦ଟି ଅଧିବେଶନ ହୋଇଥିଲା। ଏହାସହ ଗଜପତି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାରେ ୯ଟି କରି ଅଧିବେଶନ ଏବଂ ବୌଦ୍ଧରେ ୮ଟି ଅଧିବେଶନ ଆୟୋଜନ କରାଯାଇଥିଲା।
ଏହି ପଦକ୍ଷେପ ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ଋତୁସ୍ରାବ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବଢ଼ିବା ସହ ମହିଳା ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନ ସୁରକ୍ଷିତ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score