ଥମିବାରେ ନାଁ ନେଉନି ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ । ସମସ୍ତେ ନିଜ ଜିଦରେ ଅଟଳ । ଆଉ ଏହାରି ଭିତରେ ଆସିଛି ବଡ ଖବର । ଏବେ ଆମେରିକା ଇରାନ ଓ ଭେନେଜୁଏଲା ସହିତ କ୍ୟୁବା ଉପରେ ପକେଇଛି ନଜର । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲକ୍ଷ୍ୟ ଦେଶମାନଙ୍କ ତାଲିକାରେ କ୍ୟୁବା ମଧ୍ୟ ସାମିଲ ହୋଇଥିବା ଅନୁମାନ କରାଯାଉଛି । ଏପରି ପରିସ୍ଥିତିରେ କ୍ୟୁବା ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଇରାନ ପରେ ଆମେରିକା ସେମାନଙ୍କ ବିରୋଧରେ ସାମରିକ ପଦକ୍ଷେପ ନେଇପାରେ । କ୍ୟୁବାର ଉପ-ବୈଦେଶିକ ମନ୍ତ୍ରୀ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, କ୍ୟୁବା ସମ୍ଭାବ୍ୟ ସାମରିକ ସଂଘର୍ଷ ପାଇଁ ସଚେତନ ଏବଂ ପ୍ରସ୍ତୁତ।
ସେହିପରି, କ୍ୟୁବା ପକ୍ଷରୁ ଦିଆଯାଇଥିବା ଏହି କଠୋର ବୟାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଧମକର ପ୍ରତିକ୍ରିୟା ବୋଲି ଦେଖାଯାଉଛି। ନିକଟ ଅତୀତରେ ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠିନ ମତ ଦେଇଥିବା ସହ, ଏହି ଦ୍ୱୀପ ଦେଶକୁ ଦଖଲ କରିବା ପର୍ଯ୍ୟନ୍ତ କହିଥିବା ଖବର ମଧ୍ୟ ଆସିଥିଲା।
ଏହି ପରିପ୍ରେକ୍ଷୀରେ ଆମେରିକା-କ୍ୟୁବା ସମ୍ପର୍କ ଆଗାମୀ ଦିନରେ କେଉଁ ଦିଗକୁ ଯିବ ତାହା ନେଇ ଆନ୍ତର୍ଜାତୀୟ ମଞ୍ଚରେ ଆଗ୍ରହ ଓ ଚିନ୍ତା ବଢ଼ି ଚାଲିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ମଧ୍ୟରେ ଚଳିତ ମାସ ଆରମ୍ଭରେ କ୍ୟୁବା-ଆମେରିକା ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। କାରଣ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ତୈଳ ଅବରୋଧ କାରଣରୁ କ୍ୟୁବା ଭଳି ଏକ କମ୍ୟୁନିଷ୍ଟ-ଶାସିତ ଦେଶକୁ ଗଭୀର ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଛି ।
ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ କ୍ୟୁବାର ରାଷ୍ଟ୍ରପତିଙ୍କୁ କ୍ଷମତାରୁ ହଟାଇବା ପାଇଁ ପରୋକ୍ଷ ଚେଷ୍ଟା କରୁଥିବା ଅଭିଯୋଗ ଉଠିଛି । ଏହି ପରିପ୍ରେକ୍ଷୀରେ କ୍ୟୁବାର ଉପ-ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ସହିତ ହୋଇଥିବା କୌଣସି ଆଲୋଚନାରେ କ୍ୟୁବା ସରକାରର ପ୍ରକୃତି, ଗଠନ କିମ୍ବା ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇନାହିଁ । ସେ ଆହୁରି ଜଣାଇଛନ୍ତି ଯେ, ଦେଶର ଶାସନ ବ୍ୟବସ୍ଥା ପରିବର୍ତ୍ତନ ବିଷୟ କୌଣସି ଆଲୋଚନାର ଅଂଶ ନୁହେଁ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
