Explore

Search

April 8, 2026 7:40 pm

ଟ୍ରମ୍ପଙ୍କ ବଡ ଅଫର : ଜନ୍ମିତ ପିଲାଙ୍କୁ ଦେବେ ୯୨ ହଜାର

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କଲେ ବଡ଼ ଘୋଷଣା। ଟ୍ରମ୍ପ ଦେଲେ ବଡ ଅଫର। ଜନ୍ମିତ ପିଲାଙ୍କୁ ଆମେରିକା ସରକାର ଦେବେ ୯୨ ହଜାର ଟଙ୍କା। ଏହା ଦ୍ୱାରା ପ୍ରତି ବର୍ଷ ପ୍ରାୟ ୩୬ ଲକ୍ଷ ନବଜାତକ ଲାଭାନ୍ୱିତ ହେବେ। ୧ ଜାନୁଆରୀ ୨୦୨୫ରୁ ୩୧ ଡିସେମ୍ୱର ୨୦୨୮ ମଧ୍ୟରେ ଆମେରିକାରେ ଜନ୍ମିତ ପିଲାଙ୍କୁ ଏହି ଯୋଜନାର ଲାଭ ମିଳିବ ।

ଏବେ ଅନେକ ବଡ଼ କମ୍ପାନି ଏହି ଆବଶ୍ୟକ ନିମନ୍ତେ ପାଣ୍ଠିର ଉପଯୋଗ କରିପାରିବେ । ତେବେ ଟ୍ରମ୍ପଙ୍କ ଏହି ଯୋଜନାକୁ ଅନେକ ପସନ୍ଦ କରୁଥିବା ବେଳେ କେବଳ ଟ୍ରମ୍ପ ସରକାର ଥିବା ସମୟରେ ହିଁ ଏହା ମିଳିବ ।

ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆସିଥିବା ପ୍ରତ୍ୟେକ ପ୍ରଶାସନ ଦେଶର ଆଗାମୀ ପୀଢ଼ିକୁ କେବଳ ଋଣର ଭାର ଛାଡ଼ିଦେଇଛି । କିନ୍ତୁ ଟ୍ରମ୍ପ ପ୍ରଶାସନ ଏହାକୁ ପରିବର୍ତ୍ତନ କରିବାକୁ ଯାଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଟ୍ରମ୍ପଙ୍କ ଅନୁସାରେ, ତାଙ୍କ ସରକାର ଆଗାମୀ ପୀଢ଼ିକୁ କେବଳ ଋଣ ନୁହେଁ, ବରଂ ପ୍ରକୃତ ସମ୍ପତ୍ତି ଓ ଆର୍ଥିକ ସ୍ୱାଧୀନତାର ମଜବୁତ ଭିତ୍ତି ପ୍ରଦାନ କରିବ । ଏହି ଯୋଜନା ଅନ୍ତର୍ଗତ, ଟ୍ରମ୍ପ ପ୍ରଶାସନ କାଳୀନେ ଜନ୍ମ ନେଇଥିବା ପ୍ରତ୍ୟେକ ପିଲାକୁ ପ୍ରାୟ ୯୨ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ଏହି ଯୋଜନା ସହିତ ମାତାପିତାଙ୍କ ପ୍ରବାସ ସ୍ଥିତିର କୌଣସି ସମ୍ପର୍କ ନାହିଁ । ଯେକୌଣସି ଯୋଗ୍ୟ ଅଭିଭାବକ ନିଜ ପିଲାଙ୍କ ନାମରେ ଏହି ଆକାଉଣ୍ଟ ଖୋଲିପାରିବେ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score