Explore

Search

January 14, 2026 6:12 am

ଟ୍ରମ୍ପଙ୍କ ବଡ଼ ଘୋଷଣା : ୯ କୋଟି ଟଙ୍କା ଦିଅ, ଆମେରିକାର ନାଗରିକତ୍ବ ନିଅ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି କଲେ ବାଚାଳାମି । ଦେଶର ନାଗରିକତା ପାଇବା ପାଇଁ ଏବେ ଟ୍ରମ୍ପ କରିଛନ୍ତି ବଡ ଘୋଷଣା । ଲଞ୍ଚ କରିଛନ୍ତି ନୂଆ ଗୋଲ୍ଡ କାର୍ଡ । ଯାହାର ମୂଲ୍ୟ ୧ ମିଲିଅନ ଡଲାର ଧାର୍ଯ୍ୟ କରିଛନ୍ତି । ଅର୍ଥାତ ୮ କୋଟି ୯୭ ଲକ୍ଷ ଟଙ୍କା ମାନେ ୯ କୋଟି ଟଙ୍କା ଦେଲେ ମିଳିବ ଆମେରିକାର ନାଗରିକତ୍ବ । ତେବେ କମ୍ପାନୀ ଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ ଡଲାର ଧାର୍ଯ୍ୟ କରାଯାଇଛି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ ପାଇଁ ଅନଲାଇନରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ କାର୍ଡ । ଏଥିରୁ ଯେଉଁ ରାଶି ମିଳିବ ତାହା ୟୁନାଇଟେଡ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ଟ୍ରେଜେରୀକୁ କୋଟି କୋଟି ଟଙ୍କା ଆସିବ । ତେବେ ଟ୍ରମ୍ପଙ୍କ ଏଭଳି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି ।

ନିକଟରେ ଟ୍ରମ୍ପ ମଧ୍ୟ ଏମିତି ଅନେକ ବାଚାଳାମି କରିଛନ୍ତି । ଯାହାକୁ ନେଇ ପୁରା ଦେଶ ଚିନ୍ତାରେ ପଡିଯାଇଥିଲା । ସେହିପରି ଏବେ ଏଚୱାନ ଭିସାକୁ ନେଇ କଠୋର ହୋଇଛନ୍ତି ଟ୍ରମ୍ପ ପ୍ରଶାସନ । ଏହି କ୍ରମରେ ଚଳିତବର୍ଷ ୮୫ ହଜାର ଭିସା ରଦ୍ଦ କରିସାରିଥିବା ବେଳେ ଦେଶର ସୁରକ୍ଷାର ଦ୍ବାହି ଦେଇ ବର୍ତ୍ତମାନ ନୂଆ ସୋସିଆଲ ମିଡିଆ କଟକଣା ଲାଗୁ କରିଛନ୍ତି । ଆଉ ଏଥିରୁ ଲାଗୁଛି ଆମେରିକାରେ ପ୍ରବାସୀଙ୍କ ରହଣୀ ଟ୍ରମ୍ପ ପ୍ରଶାସନକୁ ବୋଧହୁଏ ପସନ୍ଦ ନୁହେଁ । ପୂର୍ବରୁ ଗାଜା ସଂଘର୍ଷ ସମ୍ବନ୍ଧିତ ବିକ୍ଷୋଭରେ ଜଡିତ ବିଦେଶୀ ଛାତ୍ରଙ୍କୁ ଷ୍ଟଡି ଭିସା ପାଇଁ ନାକେଦମ କରିଥିଲେ ଟ୍ରମ୍ପ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score