ଚାଲୁଛି ଆଇସିସି ଅଣ୍ଡର-୧୯ ପୁରୁଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଲଗାତାର ତିନୋଟି ମ୍ୟାଚରେ ବିଜୟ ହାସଲ କରି ସୁପର ଷଷ୍ଠ ପର୍ଯ୍ୟାୟକୁ ପ୍ରବେଶ କରିଛି । ଭାରତ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାଜିତ କରି ଶୀର୍ଷ ସ୍ଥାନ ଦାଖଲ କରିଛି ।
ଟୁର୍ଣ୍ଣାମେଣ୍ଟର ଫର୍ମାଟ ଅନୁଯାୟୀ ଭାରତୀୟ ଦଳ ଦୁଇଟି ମ୍ୟାଚ୍ ଖେଳିବ। ଏହି ପର୍ଯ୍ୟାୟରେ ଭାରତର ପ୍ରଥମ ମୁକାବିଲା ଜାନୁଆରୀ ୨୭ ତାରିଖରେ ଜିମ୍ବାୱେର ବୁଲାୱାୟୋ ସ୍ଥିତ କୁଇନ୍ସ ସ୍ପୋର୍ଟସ କ୍ଲବରେ ଆୟୋଜକ ଜିମ୍ବାୱେ ବିପକ୍ଷରେ ଅନୁଷ୍ଠିତ ହେବ। ଏହାପରେ ଫେବୃଆରୀ ୧ ତାରିଖରେ ବହୁପ୍ରତୀକ୍ଷିତ ସୁପର ସିକ୍ସ ମ୍ୟାଚରେ ଭାରତ ଓ ପାକିସ୍ତାନ ଆମନା–ସାମନା ହେବେ। ଏହି ହାଇଭୋଲଟେଜ ମୁକାବିଲା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧ଟାରୁ ମ୍ୟାଚ ଆରମ୍ଭ ହେବ।
ଫେବୃଆରୀ ୧ ତାରିଖରେ ହେବାକୁ ଥିବା ଭାରତ–ପାକିସ୍ତାନ ମୁକାବିଲା ସିଧାସଳଖ ସେମିଫାଇନାଲ ପ୍ରବେଶ ପାଇଁ ଦୁହିଁ ଦଳର ଭାଗ୍ୟ ନିର୍ଣ୍ଣୟ କରିପାରେ। କାରଣ ସୁପର ସିକ୍ସ ପର୍ଯ୍ୟାୟର ପ୍ରତ୍ୟେକ ଗ୍ରୁପ୍ରୁ କେବଳ ଶୀର୍ଷ ଦୁଇଟି ଦଳ ମାତ୍ର ସେମିଫାଇନାଲକୁ ଉନ୍ନତ ହେବାର ସୁଯୋଗ ପାଇବେ । ଟୁର୍ଣ୍ଣାମେଣ୍ଟ ସୂଚୀ ଅନୁଯାୟୀ ପ୍ରଥମ ସେମିଫାଇନାଲ ଫେବୃଆରୀ ୩ ତାରିଖରେ ବୁଲାୱାୟୋରେ ଆୟୋଜିତ ହେବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ଫେବୃଆରୀ ୪ ତାରିଖରେ ହରାରେ ଅନୁଷ୍ଠିତ ହେବ । ଏହାପରେ ଟୁର୍ଣ୍ଣାମେଣ୍ଟର ମହାମୁକାବିଲା ଫାଇନାଲ ମ୍ୟାଚ ଫେବୃଆରୀ ୬ ତାରିଖରେ ହରାରେ ଖେଳାଯିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
