Explore

Search

March 28, 2026 9:13 pm

ଜେୱାରରେ ନୂଆ ବିମାନବନ୍ଦର ଉଦଘାଟନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଜେୱାର ଅଞ୍ଚଳରେ ଥିବା ନୋଇଡା ଇଣ୍ଟରନେଶନାଲ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କାର୍ଗୋ ଟର୍ମିନାଲକୁ ମଧ୍ୟ ଲୋକାର୍ପଣ କରିଛନ୍ତି।

ଏଥିସହିତ ବିମାନବନ୍ଦରରେ ବିମାନ ମରାମତି (MRO) ସୁବିଧା ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହି ନୂଆ ବିମାନବନ୍ଦର ଖୋଲିବା ପରେ ଉତ୍ତରପ୍ରଦେଶରେ ଏବେ ୫ଟି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଗଲା।

ଏହାର ଲାଭ କେବଳ ନୋଏଡା ଓ ଗ୍ରେଟର ନୋଏଡାରେ ସୀମିତ ନୁହେଁ । ଦିଲ୍ଲୀ, ଆଗ୍ରା, ମଥୁରା, ଅଲିଗଡ, ଗାଜିଆବାଦ ଓ ଫରିଦାବାଦ ଭଳି ସହରର ଲୋକମାନେ ମଧ୍ୟ ଏହାର ସୁବିଧା ପାଇବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିମାନବନ୍ଦର ଖୋଲିବା ଦେଶ ପାଇଁ ଗର୍ବର କଥା। ସେ କହିଲେ, ଏହାର ଶିଳାନ୍ୟାସ ଠାରୁ ଆରମ୍ଭ କରି ଉଦଘାଟନ ପର୍ଯ୍ୟନ୍ତ ସେ ଜଡିତ ରହିଥିବାରୁ ତାଙ୍କୁ ଖୁସି ଲାଗୁଛି । ଏହାସହିତ ଏହି ବିମାନବନ୍ଦର ଉତ୍ତରପ୍ରଦେଶର ଉନ୍ନତିକୁ ଆଉ ଗତି ଦେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score