କଟକ : ଜେଲ ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ଅଧିକ କଡ଼ା କରିବା ଲକ୍ଷ୍ୟରେ ନୂଆ ପଦକ୍ଷେପ ନିଆଯାଇଛି। ଏହା ଫଳରେ ଆଗାମୀ ଦିନରେ କଏଦୀମାନେ ଆଉ ଜେଲରୁ ପଳାଇ ପାରିବେନି । ସେହିପରି ଜେଲ ଭିତରକୁ ନିଶାଜନକ ସାମଗ୍ରୀ ପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ଜେଲ ପରିସରରେ କଏଦୀଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିବା ପାଇଁ ଏଆଇ ଭିତ୍ତିକ ସ୍ମାର୍ଟ କ୍ୟାମେରା ସଂସ୍ଥାପନ କରାଯିବ। ଏହି କ୍ୟାମେରା ମାଧ୍ୟମରେ ସନ୍ଦେହଜନକ ଗତିବିଧି ଚିହ୍ନଟ ହେବା ସହ ତୁରନ୍ତ ସତର୍କ ସୂଚନା ମିଳିବ।
ତେବେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଏଆଇ କ୍ୟାମେରା ଲଗାଯିବ । ଏହାସହ ଏହି କ୍ୟାମେରାରେ ସାଇରନ ମଧ୍ୟ ଲଗାଯାଇଛି । ଯଦି ଜେଲରୁ କେହି କଏଦୀ ଖସିବାକୁ ଚେଷ୍ଟା କରୁଥାଏ ତେବେ ସେହି ସମୟରେ ଏହି ସାଇରନ ବାଜିବ।
ଏଆଇ ଭିତ୍ତିକ କ୍ୟାମେରା କେବଳ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାରେ ସୀମିତ ରହିବ ନାହିଁ । ଏପରିକି ଜେଲ ବାହାରୁ ଭିତରକୁ ନିଶାଜନକ ସାମଗ୍ରୀ ଫିଙ୍ଗାଗଲେ ତାକୁ ମଧ୍ୟ ତୁରନ୍ତ ଚିହ୍ନଟ କରିବାର କ୍ଷମତା ଏହି ସ୍ମାର୍ଟ କ୍ୟାମେରାରେ ରହିବ। ସେହିପରି ଏଆଇ କ୍ୟାମେରା ନିର୍ଦ୍ଧାରିତ ପରିସର ମଧ୍ୟରେ କେହି ଅନଧିକୃତ ଭାବେ ପ୍ରବେଶ କଲେ କିମ୍ବା ସୀମା ଅତିକ୍ରମ କଲେ ସ୍ୱୟଂଚାଳିତ ସାଇରନ ବାଜିବ । ଏହାଫଳରେ ଡ୍ୟୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ସତର୍କ ହୋଇ ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
